Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତ୍ରିନାଥ ବେହେରା

Others

3  

ତ୍ରିନାଥ ବେହେରା

Others

ବୟସର ରାଜପଥରେ..

ବୟସର ରାଜପଥରେ..

1 min
11.5K


  ବୟସର ରାଜପଥରେ

ଅମାନିଆ ମନ

ଆଗକୁ ଆଗକୁ ମାଡି ଚାଲେ

କେବେ କର୍ତ୍ତବ୍ୟ ଦ୍ବାହିରେ

ଖିଆଲି ଢଙ୍ଗରେ

କେବେ ଅଝଟ ପଣରେ

ରଙ୍ଗୀନ ଚଷମାରେ

ଦୁନିଆ ଦେଖେ ଅଧା ରାସ୍ତାରେ

ପଥରେ ସେ ଭେଟେ

କେତେ ପ୍ରିୟଜନ

ଉତ୍ ଫୁଲିତ ହୁଏ ନିଶିଦିନ

ବିଶ୍ବାସ ତା ଭାଙ୍ଗିଗଲେ

ଝୁଣ୍ଟିପଡେ ସପନ

ତୁରନ୍ତ ନିଜକୁ ସଜାଡେ

ମହୀୟାନ କରେ

ନିର୍ଜନ ବୟସ ରାଜପଥରେ

ବାସ୍ତବତା ପ୍ରହାରରେ

ସେ ସାଜେ କର୍ମଠ

ସଜାଡେ ପରିବାର, ସମାଜ

ଚିହ୍ନେ କପଟୀଙ୍କ ହସ

ତା ପଛର ରହସ୍ୟ

ପଛକୁ ବୁଲି ଦେଖିଲେ

ଭାଳେ ସେ କେତେ ଦୂରେ

ବୟସର ଏ ରାଜପଥରେ


Rate this content
Log in