ବୟସର ଅପରାହ୍ନରେ
ବୟସର ଅପରାହ୍ନରେ
ବୟସର ଅପରାହ୍ନରେ
ଅତୀତକୁ ଦେଖିଦିଏ ଯେବେ
ମନେପଡେ ଜୀବନର
କେତେ ଅଙ୍କା ବଙ୍କା କଥା
କେତେ ମୁଁ କରିଛି ଭୁଲ
କେତେ ମୁଁ ଦେଇଛି ବ୍ୟଥା
ଜାଣି ପାରିଲିନି ତୋତେ
କାହିଁକି କେଜାଣି
ଦେଉଥିଲା ଯାହା ଯଉବନ
ଅହଂ ଆବେଶରେ ପୌରୁଷତ୍ଵ ମୋର
ପାଉଥିଲା ଯାହା ଜୀବନର
ଶୂନ୍ୟ ଅହମିକା ଓ ଅହଂକାର।
ମନେପଡେ ନାହିଁ କେବେ
କିଛି ଦେଇଛି ବୋଲି
ମିଠା କଥା କହିଛି କି ନାହିଁ
ଅବା ତୁ ପାଇଛୁ ତୃପ୍ତି
କହିଛି କି କେବେ ପ୍ରିୟତମା ବୋଲି
ଅନ୍ତର ବାହୁନେ କାନ୍ଦି
ତୋର ଉପସ୍ଥିତି ହୁଏ ଉପଲବ୍ଧି
ଏକାନ୍ତରେ ଭାବେ ତୋତେ
ଆଜି ନାହଁ ବୋଲି ତୁମେ
ଦେଖେ ମରୀଚିକା ମୃଗତୃଷ୍ଣା ମୋର
ଆଉକି ପାଇବି ତୁମକୁ
ତୁମେ ତ ଆତ୍ମା ଅଶରୀର।
ପ୍ରଶାନ୍ତ କୁମାର ହୋତା