STORYMIRROR

SUKANTA KHANDA

Others

4  

SUKANTA KHANDA

Others

ବ୍ୟଙ୍ଗ ପସରା-୧୮

ବ୍ୟଙ୍ଗ ପସରା-୧୮

1 min
284

ଧନ ସଞ୍ଚୁଅଛି ମରିଗଲା ପରେ

ସାଙ୍ଗରେ ନେବାକୁ ମୁହିଁ

ପତ୍ନୀ ପୁଅ ଝିଅ ଘର ପରିବାର

ଖାଇବାକୁ ଦେବି କାହିଁ?୨


କେତେ ଦୁଃଖକଷ୍ଟେ ରୋଜଗାର କରି

ଖାଇବାକୁ କିଆଁ ଦେବି

ପୂରିଉଠୁ ଧନ ଘର ଓ ବାହାର

ନ ଶୋଇ ପଛେ ବସିବି।


ଦେବାକୁ କାହାର ଇଛାଟେ ହୁଏକି

ଛାତି ପରେ ହାତ ଥୋଇ

କୁହ ତ ସଭିଏଁ ମୋ ଆଡ଼କୁ କିଆଁ

ଆଙ୍ଗୁଳି ଦେଖାଅ ଭାଇ?୩


ଯଦି ମୋର ପରି ସଭିଏଁ ନିର୍ଲ୍ଲଜ 

ଆସନ୍ତୁ ଶପଥ ନେବା

ସ୍ବର୍ଗକୁ ନିଶୁଣି ଲଗେଇବା ପାଇଁ

ଦିନରାତି ଖଟୁଥିବା।୪


ରାବଣ ଯଦିଓ ଯୋଡି଼ ପାରିଲାନି

କାଳେ ଆମ ହାତେ ହେବ

ସେଥିପାଇଁ ମୁହିଁ ଆହ୍ୱାନ କରୁଛି

ଆସ ହେ ସବୁ ମାନବ।୫


ମୋର ଅବିଚାର କଞ୍ଜୁସ କର୍ମକୁ

ନାତି ଛଡେ଼ଇଲା ଦେଖି

ଭୁଷୁଡି଼ ପଡି଼ଲା ଧନର ପାହାଡ଼ 

ଆଉ ପାରିଲିନି ରୋକି।୬



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍