STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବ୍ୟଙ୍ଗ କବିତା-୩୦

ବ୍ୟଙ୍ଗ କବିତା-୩୦

1 min
212

ବାପା ଧରି ପଳା ବେଜାତି

ପାଇବାକୁ ନିଜେ ଶାଆନ୍ତି।୧


ଆଣି ସିଏ ସିନା ଆସିଲା

ଘରଠୁ ଅପ୍ରିୟ ହୋଇଲା।୨


ଭାବିଥିଲା ଭଲ କରମ 

ଏଇଟା ହିଁ ବଡ଼ ଧରମ।୩


ହେଲେ ପଡି଼ଗଲା ଫାନ୍ଦରେ

କାନ୍ଦିଲା ଦିନରେ ରାତିରେ।୪


ଆଜି ତାର ବଡ଼ ପୁଅ ପୁଅଟି

ବେଜାତି ସହିତ ତା'ଖଟି।୫


ବାପା ବୁଝାଉଛି ପୁଅରେ

ମୋ ପରି କାହିଁକି ହୁଅରେ?୬


ତା କଥାକୁ କିଏ ପଚାରେ

ପୁଅ ବି ବେଜାତି ଖୁସିରେ।୭


ଆଣିଲା ଭବିଷ୍ୟ ପାଇଁକି

ହେଲେ ବାପା କାନ୍ଦେ ବସିକି?୮


କରମର ଫଳ ଭାବିକି

ମୋ ପରି ହୁଅବା କେହିକି?୯


ସମାଜକୁ ସିନା କହୁଛି

ନିଇତି ମରିକି ବଞ୍ଚୁଛି।୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍