STORYMIRROR

SUKANTA KHANDA

Others

4  

SUKANTA KHANDA

Others

ବ୍ଯଙ୍ଗ ପସରା

ବ୍ଯଙ୍ଗ ପସରା

1 min
382


ବଡ଼ ସରାଗରେ ଝିଅଟିଏ ଯେବେ

ବ୍ଯାନିୟନ ହାପ୍ ପ୍ଯାଣ୍ଟ

ପିନ୍ଧି ବୁଲୁଥାଏ ଦାଣ୍ଡରେ ହାଟରେ

ଦେହ ଭାରି ଛାଣ୍ଟକାଣ୍ଟ।


ପ୍ରଥମେ ପ୍ରଥମେ ପୁଅମାନେ ସବୁ

ନିରେଖି ଚାହିଁଲେ କେତେ

ଯଦି ଝିଅଙ୍କର ଲାଜ ମୋଟେ ନାହିଁ

ପୁଅଙ୍କର କିଆଁ ଏତେ ।


ଝିଅଟି ପିନ୍ଧିକି ସବୁ ଦେଖାଉଛି

ଆମେ ବି ତାଙ୍କର ପରି

କରିଲେ କ୍ଷତି ତ କିଛି ହୋଇବନି

ତେଣୁ ହିଁ ରଖିଛୁ ଜାରି।


ବୟସ ହେଲେ ବି ହାପ୍ ପ୍ଯାଣ୍ଟଟିଏ

ପିନ୍ଧୁଛୁ ଝିଅଙ୍କ ପରି

ଝିଅମାନେ ମଧ୍ଯ ଭାରି ହିଁ କୃତାର୍ଥ

ଦେଖୁଛନ୍ତି ଘୂରିଘୂରି।


ବଡ଼ ନିର୍ଲ୍ଲଜତା ହେଲାଣି ସଂସାର

ଦେଖେଇ ସନ୍ତୋଷ ହୁଏ

ଘୃଣା କି ପ୍ରଶଂସା ଯିଏ ଯାହା କରୁ

ଏହାଙ୍କ କଅଣ ଯାଏ ।


ସୁଧୁରିବା ନିଶା ପ୍ରଶ୍ନ ହିଁ ଉଠୁନି

ଧର୍ଷଣ ଲୁଣ୍ଠନ ସତ୍ତ୍ବେ

ଅଧିକ କୃତାର୍ଥ ଏ ମାନବ ଜାତି

ପୋଡି଼ ଯାଉପଛେ ହାତେ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍