ବ୍ଯଙ୍ଗ ପସରା
ବ୍ଯଙ୍ଗ ପସରା
ବଡ଼ ସରାଗରେ ଝିଅଟିଏ ଯେବେ
ବ୍ଯାନିୟନ ହାପ୍ ପ୍ଯାଣ୍ଟ
ପିନ୍ଧି ବୁଲୁଥାଏ ଦାଣ୍ଡରେ ହାଟରେ
ଦେହ ଭାରି ଛାଣ୍ଟକାଣ୍ଟ।
ପ୍ରଥମେ ପ୍ରଥମେ ପୁଅମାନେ ସବୁ
ନିରେଖି ଚାହିଁଲେ କେତେ
ଯଦି ଝିଅଙ୍କର ଲାଜ ମୋଟେ ନାହିଁ
ପୁଅଙ୍କର କିଆଁ ଏତେ ।
ଝିଅଟି ପିନ୍ଧିକି ସବୁ ଦେଖାଉଛି
ଆମେ ବି ତାଙ୍କର ପରି
କରିଲେ କ୍ଷତି ତ କିଛି ହୋଇବନି
ତେଣୁ ହିଁ ରଖିଛୁ ଜାରି।
ବୟସ ହେଲେ ବି ହାପ୍ ପ୍ଯାଣ୍ଟଟିଏ
ପିନ୍ଧୁଛୁ ଝିଅଙ୍କ ପରି
ଝିଅମାନେ ମଧ୍ଯ ଭାରି ହିଁ କୃତାର୍ଥ
ଦେଖୁଛନ୍ତି ଘୂରିଘୂରି।
ବଡ଼ ନିର୍ଲ୍ଲଜତା ହେଲାଣି ସଂସାର
ଦେଖେଇ ସନ୍ତୋଷ ହୁଏ
ଘୃଣା କି ପ୍ରଶଂସା ଯିଏ ଯାହା କରୁ
ଏହାଙ୍କ କଅଣ ଯାଏ ।
ସୁଧୁରିବା ନିଶା ପ୍ରଶ୍ନ ହିଁ ଉଠୁନି
ଧର୍ଷଣ ଲୁଣ୍ଠନ ସତ୍ତ୍ବେ
ଅଧିକ କୃତାର୍ଥ ଏ ମାନବ ଜାତି
ପୋଡି଼ ଯାଉପଛେ ହାତେ।