STORYMIRROR

SUKANTA KHANDA

Others

4  

SUKANTA KHANDA

Others

ବ୍ଯଙ୍ଗ ପସରା-୨୯

ବ୍ଯଙ୍ଗ ପସରା-୨୯

1 min
305


ଜେଜେ ହେ ଜେଜେ ମ ତୁମେ କହିଥାଅ

ସେ କାଳେ କୁଆଡେ ଥିଲା

କାନ୍ଦଣା ଗୀତଟି ଏବେ ଉଠିଗଲା

କାହିଁକି କୁହ ତ ଭଲା ।


ଜେଜେ ହସି ଦେଇ କହିଲେ ନାତିରେ

ଉତ୍ତର ତୋ ପାଖେ ଅଛି

ପ୍ରଶ୍ନ ଯେବେ ତୁହି ମୋତେ ପଚାରିଲୁ

ଶୁଣି ଯା' ବସି ବହୁଛି।


ତୋତେ ଆମେ ପରା ବିବାହ ସକାଶେ

କନ୍ଯାଟିଏ ବାଛିଥିଲୁ

କିନ୍ତୁ ଅକାଳରେ ଧରିକି କୁଆଡୁ

ଝିଅଟେ ନେଇ ଆସିଲୁ।


ଚଉଠି ପୂର୍ବରୁ ନିଜେ ସାରି ଦେଲୁ

ଯେତେ କ୍ରିୟା ଆଉ କର୍ମ 

ଏମିତି ସମୟେ ପୁଣି ବାହା ହେଲେ

ମଜା ଥାଏ ନା ସେ ଧର୍ମ ।


ନିଜର ଇଛାରେ ଚଉଦ ପାଆ ତୁ

ବାପାଙ୍କୁ ଗୋଇଠା ମାରି

ଗର୍ବ ଆଉ ଦମ୍ଭେ ବିଜୟ ପତାକା

ଘରେ ଦେଲୁ ଠିଆ କରି।


ନିର୍ଲ୍ଲଜ ସ୍ବରୂପ ତୁମେ ପତି ପତ୍ନୀ

ଆପଣା ଖୁସିଟେ ହେଲା

ଆଉ ମାନେ ସବୁ ଲଜ୍ଜାରେ ସଢ଼ନ୍ତୁ

ତୁମର କଅଣ ଗଲା ।


ଏମିତି ଦୃଶ୍ଯଟି ଭାରି ଉପଭୋଗ୍ଯ

ନୁହେଁ କି ନାତିଆ ପିଲା

ବିବାହର ବେଳେ କାନ୍ଦିବ କାହିଁକି

ଆଗରୁ ତ ପୂରା ଖୋଲା।


ମୁହଁକୁ ଲୁଚାଇ ବସିକି ଭାବିଲା

ଓଡି଼ଆର ପରମ୍ପରା

ଦିନେ ହଜିଯିବ ସଂସ୍କୃତି ରାଜ୍ଯରୁ

ଆମ ପରି ହେଲେ ପରା।


ଆତ୍ମସ୍ବାର୍ଥ ନୀଚ୍ଚ ଜାଣିବା ପରେ ବି

କାହିଁକି କଲି ଏ କର୍ମ

ଘର ପରିବାରେ ଯାହା ରହିଥିଲା

ପ୍ରାଥା ପରମ୍ପରା ଧର୍ମ।


ନିଜ ଲୁହ ନିଜେ ପିଇକି ବସିଲି

କି କଲି କି କଲି ମୁହିଁ

କାମନାକୁ ଟିକେ ଦମନ ନ କରି

ଏ ପଥରେ ଗଲି କାହିଁ ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍