STORYMIRROR

SUKANTA KHANDA

Others

4  

SUKANTA KHANDA

Others

ବ୍ଯଙ୍ଗ ପସରା-୨୭

ବ୍ଯଙ୍ଗ ପସରା-୨୭

1 min
304


ମିଛ ମାୟା ଭରା ସଂସାର

କେହି ନୁହଁନ୍ତି ବି କାହାର।୧

ସବୁକୁ ଜାଣିକି ଅଜଣା

କାହିଁକି ହେଉଛୁ ରେ'ବଣା।୨

ଶୁଣ ହେ ସୁଜନେ କଥନ 

ଆମରି ଗାଆଁର ଟିକନ।୩

ଜନମ କରିଲା ଡର୍ଜନେ

ଭାବିଥିଲା ଶାନ୍ତି ଜୀବନେ।୪

ଆସିବ ଶେଷେ ମୋ ଜୀବନେ

ମଲା କାଳରେ ନିଶ୍ଚେ ଧ୍ଯାନେ।୫

ପୋଷି ପାଳିଥିଲା ସଭିଙ୍କୁ

ହେଲେ ବୁଝିଲେନି ତାହାକୁ।୬

ତାଙ୍କର ଭବିଷ୍ଯ ପାଇଁକି

ଲାଗି ପଡିଗଲେ ନିତିକି।୭

ଆଜି ସେ ବିଛଣା ଉପରେ

ଗୁହ ମୂତ ହୋଇ ଗଡେ଼ରେ।୮

ସଂସାର ଏମିତି ଜାଣିକି

ତଥାପି ବଡେ଼ଇ କାହିଁକି।୯

ମୋର ପରି ହୁଅ ନାହିଁକି

କାନ୍ଦିବ ନ ହେଲେ କାଲିକି?୧୦

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍