ବ୍ଯଙ୍ଗ ପସରା-୨୬
ବ୍ଯଙ୍ଗ ପସରା-୨୬
ବୁଢା଼ଟେ ବୋଲିକି ବାହା ହେଲିନି
ହୋଇଥାଉ ପଛେ ବିରାଟ ଧନୀ।
କାହାକୁ ନ କହି କଷିଟେ ଦେଖି
ଧରିପଳା ହେଲି ହେବାକୁ ସୁଖୀ।
କଷିଟା ଅଳପ କେତୋଟି ଦିନ
ଭଲ ପାଇ ହେଲା ସେ ଖିନିଖିନ୍ନ।
ବାପା ଓ ମାଆଙ୍କୁ ଗୋଇଁଠା ଦେଇ
ପଳେଇ ଆସିଲି ଲୁଚିକି ମୁହିଁ।
ଏବେ ତ ଦୁଃଖର ନଈରେ ଭାସି
ଆଉ ପାଇବି କି ନିଜକୁ ହସି ।
ଏ କୁଳେ ବଇରି ସେ କୁଳେ ମଧ୍ଯ
ବଞ୍ଚିଛିରେ ସିନା ଭବିଷ୍ଯ ଅନ୍ଧ।
କହିବି କାହାକୁ ଶୁଣିବ କିଏ
ନୀଚ୍ଚତା ପାଇଁକି ମୃତ୍ଯୁ ନ ହୁଏ ।
ବସି ଲୁହ ନଈ ଧାରେ ଭାସୁଛି
ବଞ୍ଚିବାକୁ ନୁହେଁ ଆଉ ଚାହୁଁଛି।
ସଭିଏଁ କହୁଛ ମରିଲେ ତୁହି
ବୁଝିଲୁନି ଦିନେ କାହାକୁ କାହିଁ ।
ଏବେ ବୁଝୁଅଛି ବାପାଙ୍କ ଦୁଃଖ
ମାଆଙ୍କ ଯା'ଥିଲା ଅନନ୍ତ ସୁଖ।
ଶରଧା ସେନେହ ଛଡା଼ଇ ଦେଇ
ପାଇଲି କଅଣ ଗୋଇଁଠା ଦେଇ।
ଅନୁରୋଧ ମୋର କଥା ରଖିବ
ମୋ'ପରି କରମ ନାହିଁ କରିବ।
