STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବ୍ଯଙ୍ଗ ପସରା-୨୫

ବ୍ଯଙ୍ଗ ପସରା-୨୫

1 min
207


ଦିନେ ସଞ୍ଜରେ ପତ୍ନୀକୁ କହିଲି

ତୁମଠାରୁ ସୁନ୍ଦରୀଟେ ଦେଖିଲି।


ଗୋଟେ ଚାଉଳରେ ଗଢା଼ ଜାଣିବ

ଥରେ ଦେଖିଲେ ସବୁକୁ ଭୁଲିବ।


ଈଷ୍ଟ ଇଛାରେ ଚାଲୁଛି ଚୌଦିଗେ

ତାକୁ ଅଟକାଇ ମୁଁ କହିଲି ଆଗେ।


ମୋର କରଟିକୁ ମର୍ଦ୍ଦନ କରିଲା

ଏକ ଘଣ୍ଟାଏ ସେ ବସିକି କହିଲା।


ପତ୍ନୀ ମୋ ମଉନ ହୋଇକି ଶୁଣିଲା

କଅଣ ଆଣିଛ ଦେଖିବା ବୋଲିଲା।


କିଛି ନାହିଁ ବୋଲି କହିଲି ଯେବେରେ

ଝାଡୁ ଧରିକି ବାଡେ଼ଇଲା ଆଜିରେ।


ରାଗି କହୁଥାଏ ସେ ମୋତେ ନିରେଖି

ଏକା ହିଁ ବୁଲିବାକୁ ଆଜିଠୁ ଶିଖି ।


ମୋର ଇଛାକୁ ହେ ନ ଆଣି କହୁଛ

କା'ପତ୍ନୀଟିକୁ ଦେଖି ଆସି କହୁଛ।


ଆଜ୍ଞା ଆପଣ ବି ମୋହର ପରିକା

ମୋଟେ ବୁଲିବେନି କାହିଁ ଏକାଏକା ।


ବରାଦ ଜିନିଷକୁ ନିଶ୍ଚେ ଆଣିବେ

ସକାଳୁ ପତ୍ନୀର ରୂପକୁ ଜପିବେ।


ପରାମର୍ଶ ନୁହେଁଟି ଭାଇ ସତ୍ଯରେ

ଅନ୍ଯଥା ଖାଇବ କାହିଁକି ପାହାରେ ।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍