STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବ୍ଯଙ୍ଗ ପସରା-୧୬

ବ୍ଯଙ୍ଗ ପସରା-୧୬

1 min
186


ବାହା ହୋଇବାକୁ ହେଉଥିଲା ମନ

ଲୁଚି ଦେଖୁଥିଲୁ ଝିଅ

କେତେ ଜଣ ସାଙ୍ଗ ଏକତ୍ରୀତ ହୋଇ

ଭାବୁ ଖାଇବାରେ ଘିଅ।୧

ଯଦି ବି କାହାର ହୁଏନି ପସନ୍ଦ 

ଭଲ ଖାଇବାଟା ମିଳେ

ତେଣୁ ବୁଲୁଥିଲୁ ଏ'ଗାଆଁ ସେ'ଗାଆଁ

କାଳେ କେ'ଲୋଟିବ କୋଳେ?୨

ଦିନେ ପଡି଼ଗଲୁ ଅଠାକାଠିରେ ତ

ଫିଟିବା ହେଲାନି ଯମା

ଉତ୍ତମ ମଧ୍ଯମ ଝିଙ୍ଗାସ ଶୁଣିଲୁ

ପାଣିଫାଟି ଗଲୁ କୋମା।୩

ଅଲାଜୁକ ହୋଇ ଅଳ୍ପ ବୟସରୁ

ବିବାହର ନିଶା ଯାହା

ମନ ହୃଦୟରେ ଘର କରିଥିଲା

ଫିଙ୍ଗିଦେଲୁ ଆମେ ତାହା।୪

ଆମକୁ ତ ସବୁ ଚିହ୍ନି ଯାଇଥିଲେ

ବୟସ ହେବାରୁ କେହି

ଦେଲେ ନାହିଁ କା'ର ଝିଅଟେ ସମର୍ପି

ଲୁହ ଆଜି ପଡେ଼ ବୋହି।୫

ଜଗତରେ କେହି ଅଳ୍ପ ବୟସରୁ

ବାହା ଇଚ୍ଛା କର ନାହିଁ

ନ ହେଲେ ଜାଣନ୍ତୁ ଆମ ପରି ତୁମେ

ବୁଢା଼ ହେବ ଚାହିଁଚାହିଁ।୬

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍