ବ୍ଯଙ୍ଗ ପସରା-୧୩
ବ୍ଯଙ୍ଗ ପସରା-୧୩
1 min
344
ପାଠ ପଢୁଥିଲା ମୋ ଝିଅ ବସି
ଯେମିତି ପଡୁଛି ହୋଇକି ଖୁସି।୧
ମନେ ଭାବୁଥିଲା ଆଧୁନିକଟି
ଭାରି ଭଲ କିଏ ରଙ୍ଗ ଢଙ୍ଗଟି।୨
ପାଠ ପଢି଼ କିଏ ଭଲ ମଣିଷ
ସଭିଏଁ ତ ଆଜି ଲୋଭରେ ବଶ।୩
ମାଟି ପାଣି ଆଉ ପବନ ଯେତେ
ବିକି ଖାଇଲେଣି ଯାହାକୁ ଯେତେ।୪
ସବୁ ଟାଉଟର ମରିବା ପରେ
ଏମାନେ ଯେମିତି ଜନ୍ମିଲେ ଧୀରେ।୫
ଧର୍ମର ନାମରେ ଠାକୁର ବିକି
ଖାଇ ଚାଲିଛନ୍ତି ସଭିଙ୍କୁ ଠକି।୬
ପଢୁଥିଲା ସିଏ ଆଖିରୁ ପାଣି
ଝରି ପଡୁଥିଲା ହୃଦୟ ଝୁଣି।୭
ପଢି଼ ପାରିଲାନି ଆଉ ସେ ଯମା
ଉଠି ଚାଲିଗଲା ମୋ କୁନି ମାମା।୮
ଜଗତରେ ସବୁ ଦେଖେଇ ହେବା
ଧୋବ ଧାଉଳିଆ କରନ୍ତି କାବା।୯
ଭଲ କିଏ ଅଟେ ଚିହ୍ନି ହେଉନି
ସଂସାରରେ ଯେତେ ଗରିବ ଧନୀ।୧୦
