Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Others

3.4  

Jagabandhu Sahu

Others

ବଉଳ ଲୋ

ବଉଳ ଲୋ

1 min
11.7K


ଆସିଲା ପହିଲି ରଜ

  କୁଆଁରୀ ଝିଅ ଯେ ହୋଇଲେ ସଜ

       କୋରନା ଦିଏ ଦରଜ

         ବଉଳ ଲୋ........


ଆଖିରେ କଜଳ ନାଇ

   ସଜେଇ ହେଲେଣି କୁଆଁରୀ ଯାଇ

       ମୁହଁଟାରେ ମାକ୍ସ ନାଇଁ 

          ବଉଳ ଲୋ........


ଗଭାରେ ମାରି ଯେ' ମଲ୍ଲୀ

 ଆସିବେ କୁଆଁରୀ ଦୋଳି ଯେ ଖେଳି

    ସଙ୍ଗରୋଧ ମନେ ଭାଳି 

         ବଉଳ ଲୋ........

 

ସାଙ୍ଗ ସାଥି ସର୍ବେ ମିଶି

  ଗାଉଥିବେ ଗୀତ ଯୋଡିକି ଯୋଡି

      କୋରନା ଯାଉ ବାହୁଡି 

          ବଉଳ ଲୋ........


ପାନରେ ମାରିକି ଚୁନ

  କୁଆଁରୀ ଝିଅ ଯେ ଖାଇବେ ପାନ

     ସାହା ସେ' ନନ୍ଦନନ୍ଦନ 

         ବଉଳ ଲୋ........


ଭାବ ପିରତୀକୁ ମନେ ଛନ୍ଧି

   ଖେଳୁଥିବେ ଦୋଳି ଯୁଗଳ ବନ୍ଦୀ 

      ଧନ୍ୟ ହେ' ନବୀନ ,ମୋଦି

          ବଉଳ ଲୋ........


ନୂଆଁ ଆଶା ମନେ ନେଇ

  ସପନେ ହଜିବେ କୁଆଁରୀ ଯାଇ

      ସଂସ୍କାର ମହତ ଧ୍ୟାଇ

         ବଉଳ ଲୋ........


ରଜ ଦୋଳି ଗୀତ ଜାଣି ନାହିଁ

   ଏତିକିରେ ସମ୍ପୂର୍ଣ୍ଣ କରୁଛି ମୁହିଁ

      ଦୋଷ ମୋ' ଧରିବ ନାହିଁ 

         ବଉଳ ଲୋ........


ଦୋଷା ଦୋଷ ମୋର କ୍ଷମା ଦେବ

   ରଜ ଶୁଭେଚ୍ଛାଟି ମୋହରି ନେବ 

       ସଚେତନ ମନେ ଥିବ 

          ବଉଳ ଲୋ........।



Rate this content
Log in