STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବୁଝାମଣା

ବୁଝାମଣା

1 min
186


କାପ୍ତା ଦମ୍ପତି ଭାରି ଭଲ ପାଉଥିଲେ

ପରସ୍ପର ଭିତରେ ଥିଲା 

ଗୋଟେ ଅନାବିଳ ଆକର୍ଷଣ

ଗୋଟେ ଦୀର୍ଘ ଭବିଷ୍ଯତ କାମନା।


ଦୁହେଁ ଉଡି଼ ବୁଲୁଥିଲେ ନିଜ ସାମ୍ରାଜ୍ଯରେ

ଯେଉଁଠି ସେମାନେ ରାଜା ଅଉ ରାଣୀ

ତାଙ୍କର କେହି ପ୍ରଜା ନ ଥିଲେ କି

ସେବା କରିବାକୁ ପୋଇଲି?


ସେମାନେ ଗୋଟେ ଦୁନିଆଁର କୁହୁକ ମନ୍ତର

ଯେଉଁଠି ରାଜଗାଦି ହଟେଇବା

କାଠିକର ପାଠ।


ଦିନେ କାପ୍ତା ରାଣୀ ଅଣ୍ଡା ଦେଇ ଉଷୁମାଇଲା

ଅଳ୍ପ କେଇ ଦିନରେ ଗୁଲୁଗୁଲୁ ଶିଶୁଦ୍ବୟ

କିଚିରି ମିଚିରି

ମାଆର ହୃଦୟ ତରଳିଲା

ଗୋଟେ ମମତାର ବନ୍ଧନରେ

ଗୋଟେ ଅହେତୁକ ଭଲ ପାଇବା।


ସ୍ବାମୀ କାପ୍ତା ବୁଝି ସାରିଥିଲା

ତା' ପତ୍ନୀର କାମନା

ଯାହାକୁ ଶୟନେ ଶପନେ

ଧ୍ଯାନ ଦେଇଥିଲା ଖାଇବା,ରହିବା ଅବା ବଞ୍ଚିବା

ସେ ଆଜି ବହୁତ ଖୁସି କି

ତାର ପତ୍ନୀ ମାଆ ହୋଇଗଲା

ଆଉ ନିଜେ ବାପା ବି।


ସତରେ ! 

ପକ୍ଷୀ ହେଲେ ବି ସ୍ବାର୍ଥପର ନୁହଁ

ଥିଲା ଅସରନ୍ତି ସ୍ନେହ,ପ୍ରେମ ଓ ଭଲ ପାଇବା

ଗୋଟେ ସୁନ୍ଦର ବୁଝାମଣା

ସେଥିପାଇଁ ତ ଜୀବନରେ କେବେ

ଉଠେନାହିଁ ଝଡ଼ ଅବା ଝଞ୍ଜା କି 

ଛାଡ଼ ପତ୍ରର ବାସନା?

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍