ବସୁମତୀ ସ୍ନାନ
ବସୁମତୀ ସ୍ନାନ
ମାତା ବସୁମତୀ
ହେଲା ଋତୁମତି
ଆଜି କରିବ ସ୍ନାହାନ
ଯିବ ତା କୁଆଁରୀ ପନ
ତା ପରେ ହେବ ସେ ଯୌବନ।
ନୀଳ ଗଗନ
ତାହାର ପ୍ରେମିକ
ଦୁହିଁଙ୍କ ପ୍ରଣୟ
ଅଟେ ଭାବଗର୍ଭକ।
ବସୁମତୀ ଗଗନ
ଏମିତି ପ୍ରେମିକା ପ୍ରେମିକ
ସତେ ଯେମିତି ସେମାନେ
ଅଟନ୍ତି ଲୁହା ଚୁମ୍ବକ।
ସେପାଇଁ ଦିଗ ବଳୟର
ସେ ପାରିରେ ଦିହେଁ ମିଶନ୍ତି
ଦିହେଁ ଦିହିଁଙ୍କର ପ୍ରେମରେ
ହଜି ଯାଆନ୍ତି ହଜି ଯାଆନ୍ତି।
ବସୁମତୀ ମାଆର
ହେବ ବାହାଘର
ବାହା ହେବା ପାଇଁ ଆସିବ
ତା ପ୍ରେମିକ ଗଗନ ହୋଇ ବର।
ବାଦଲ ସଵାରୀରେ ବର ଆସିବ
ଆନନ୍ଦ ମନେ ସେ ସଵାରୀ ଧରି
ସାଇଁ ସାଇଁ ପବନ ଯେ ଚାଲୁଥିବ
ମେଘ ଘଡଘଡ଼ି ବାଜା ବଜାଇବ
ବିଜୁଳି ଚମକି ଚମକି ନାଚିବ
ସାଙ୍ଗରେ ଆଲୋକମାଳା ଧରିଥିବ ।
ଘଡଘଡ଼ି ବାଜାରେ
ବିଜୁଳି ର ଆଲୋକରେ
ବସୁମତୀ ଗଗନର ବାହାଘର ହେବ
ବାହା ହେବା ପରେ ବାସ ରାତିରେ
ଦୁହିଁଙ୍କର ହେବ ମିଳନ
ଗଗନ ଚୁମି ଚୁମି ଯିବ
ତା ପ୍ରେମର ବାରିଧାରା
ବସୁମତୀ ଶରୀରେ ଝରାଇବ
ସେ ପ୍ରେମ ଧାରାରେ
ବସୁମତୀ ମାଁ ଗରଭିଣୀ ହୋଇବ।
ମାସ ମାସ ବିତିଯିବ
ଯେବେ ଶୀତ ମାସ ଆସିବ
ବସୁମତୀ ମାଁ ତାହାର
ସନ୍ତାନ ପ୍ରସବିବ
ସେ ସନ୍ତାନର ନାମ
ଫସଲ ଯେ ହୋଇବ।
ବସୁମତୀ ମାଆ
କେତେ ମହାନ
ଜଗତ କଲ୍ୟାଣ ପାଇଁ
ନିଜ ସନ୍ତାନ କୁ
ଜଗତକୁ ଦିଏ ସେ ଦାନ ଦିଏ ସେ ଦାନ।
ସେ ଫସଲ ପାଇଲେ
ଜଗତ ଖୁସିରେ ରୁହେ
ସେ ଖୁସି କୁ ଦେଖି
ବସୁମତୀ ମାଆର ମନ
ଆନନ୍ଦ ହୁଏ ଆନନ୍ଦ ହୁଏ ।
ଧନ୍ୟ ଧନ୍ୟ ତୁହି ବସୁମତୀ ମାଆ
ତୋ ପାଇଁ ଜଗତ ପାଇଛି ନାଆଁ
ତୋ ଭରସାରେ ଜଗତ ହୋଇଛି ଠିଆ
ତୁହି ଜଗତର ଯଶୋଦା ମାଆ ଯଶୋଦା ମାଆ।
ମୁଁ ବି ଯେ ତୋର ଗୋଟିଏ ଛୁଆ
ତୋ ପାଇଁ ମୁଁ ବି ହୋଇଛି ଠିଆ
ସେପାଇଁ ତୋ ଶରୀରକୁ ଛୁଇଁ
ମାରେ ମୁଣ୍ଡିଆ ମାରେ ମୁଣ୍ଡିଆ।
ତୋ ଠାରେ ଏତିକି ଅଳି କରେ
ମାଗେ ମାଆ ଗୋ ଏତିକି ଆଶୀର୍ବାଦ
ତୋହର ସେବା କରି କରି
ଚାଲିଯାଉ ମୋର ଏ ତୁଚ୍ଛ ଜୀବ।
