STORYMIRROR

Dr. Rajib Lochan Panigrahy

Children Stories Classics Inspirational

4  

Dr. Rajib Lochan Panigrahy

Children Stories Classics Inspirational

ବସୁମତୀ ସ୍ନାନ

ବସୁମତୀ ସ୍ନାନ

1 min
27

ମାଆ ବସୁମତୀ ରାଜସ୍ୱଳା ଥିଲେ 

ହୋଇଲେ ଆଜି ସୁଦ୍ଧ ଓ ପବିତ୍ର 

ତିନି ଦିନ ବ୍ୟାପୀ ଥିଲେ ଅଗାଧୁଆ 

ଆଜି ହେବେ ସୁଦ୍ଧ ପୂତ 

ମାଆ ବସୁମତୀ ଆଉ ନୁହଁ କେହି 

ସେହିଁ ଅଟନ୍ତି ଲକ୍ଷ୍ମୀ ମାଆ 

ବସୁମତୀ ସ୍ନାନ ଅଵ୍ୟ ଉପାୟରେ 

କୁହାଯାଏ ଲକ୍ଷ୍ମୀ ଗାଧୁଆ 

ମାଆ ଲକ୍ଷ୍ମୀ ଙ୍କ କରୁଣା ଟିକିଏ 

ଧାରାରେ ପଡ଼ୁ ଏଥର 

ଅନବୃଷ୍ଟି ଯୋଗୁଁ ଧରାବାସୀ ଏବେ 

ହେଲେଣି ଡହଳ ବିକଳ 

ଧାନ ବୁଣି ଚାଷୀ ରହିଛି ଅନାଇ 

ଚାତକ ପକ୍ଷୀଟିଏ ପରି 

କେବେ ଇନ୍ଦ୍ରଦେବ ସୁଦୟା କରିବେ 

ଚାଷ ଵାସ ହେବ ଭାଇ 

ମାଆ ଲଷ୍ମୀଙ୍କର ଦୟା ନ ହୋଇଲେ 

ବର୍ଷୀବେନି ଇନ୍ଦ୍ର ବାରି 

ଜଳାଶୟ ସବୁ ଶୁଖିଲା ପଡିଛି 

ମୁକୁଳା ପଡିଛି କ୍ଷେତ 

ଜଳ ଚର ଜୀବ ଛଟ ପଟ ହୋଇ 

ଜୀବନ ଦିଅନ୍ତି ହାରି 

ଜ୍ୟେଷ୍ଠରୁ ଆଷାଢ଼ ଆସିଯିବ ମାଆ 

ଝରାଅ ଆକାଶୁ ବାରୀ 

ଏ ମୂଢ଼ ମଣିଷ ଗଛ କାଟି ପଦା 

ଜଙ୍ଗଲ ରଖିଛି ପଦାକରି 

ନିଜର ମର୍ଯ୍ୟାଦା ରଖି ଆହେ ମାତ 

ବରଷି ଦିଅ ହେ ବାରୀ 

ଏ ମୂଢ଼ ମଣିଷ ଧନ ଜନ ପଦ ପାଇ 

ବୁଝେନାହିଁ ମତ୍ତ ହୋଇ 

ମାଆ ତୁମେ ତାଙ୍କୁ ଦେଇଥାଅ ସବୁ 

ସୁଖ ସମୃଦ୍ଧି ଅଜାଡ଼ି 

ସେମାନେ ଭାବନ୍ତି ସବୁ ଆମେ କରୁ 

ଭଗବାନ କିଛି ନାହିଁ 

ଆହେ ଲଷ୍ମୀ ମାତା ସୁଦୟା କର 

ଭକତଙ୍କ ମନ ବୁଝି 

ତୁମ ଦୟା ବିନା ଏ ଧରା ପୃଷ୍ଟରେ 

ରହିବନି କେହି ତିଷ୍ଠି |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍