ବସୁଧାର ଶୃଙ୍ଗାର
ବସୁଧାର ଶୃଙ୍ଗାର
ସମୟ ସାଥୀରେ ଋତୁର ଚଳନ ,
ଋତୁର ପରଶେ ବସୁଧାର ଅଳଙ୍କରଣ ,
ଧରାର ଶୃଙ୍ଗାର କରି ଅବଲୋକନ ,
ସ୍ତମ୍ଭୀଭୂତ , ଚକିତ ଦେବ, ମାନବ ଗଣ ।
ବର୍ଷା ! !
ବର୍ଷା ର ବାରି ଧାରାରେ କରି ଅବଗାହନ,
ବର୍ଷା ର ମଧୁର, ରିମ ଝିମ ସୁର ,
ସତେ କି ଧରାର ପାଉଁଜି ଗୁଞ୍ଜନ ,
ଭୂଷିତା ବସୁନ୍ଧରାର ଦେଖି ଅପୂର୍ବ ଭୂଷଣ,
ଚକିତ ଧରା ବାସୀ , କରି ତା ରୂପ ଦର୍ଶନ ।
ଶରତ ! !
ସବୁଜ କ୍ଷେତର ଧାରେ କାଶତଣ୍ଡୀର ଦୋଳନ,
ମୃଦୁ ମଳୟ ଜଗାଏ ଧରା ମନେ ଶିହରଣ ,
ଜୋଛନା ଧୌତ ଧରଣୀ ବଦନ ,
ଦେଖି ଚକିତ, ହର୍ଷିତ ନୀଳ ଆକାଶେ ଜହ୍ନ ,
ଭକ୍ତିପୂତ ବସୁଧା ମନେ ଜାଗେ ସ୍ପନ୍ଦନ ,
ଦେଖି ଧରା ବକ୍ଷେ ଦେବୀ ଦୁର୍ଗାଙ୍କ ଆଗମନ ।
ଶୀତ ! !
ଶୀତ ଆସି ଯେବେ ଦିଏ ତା ଶୀତଳ ପରଶ,
ବସୁଧାର ହୃଦେ ଜାଗେ ଶିହରଣ ,
ଶୁଭ୍ର ତୁଷାରେ ଯେ ଧରା ଆଚ୍ଛାଦିତ,
ସତେ କି କୃଷ୍ଣ କବରୀ ତା ସୁମନେ ଶୋଭିତ ,
ଅପୂର୍ବ ସେ ରୂପ ଲାବଣ୍ୟ କରି ସନ୍ଦର୍ଶନ ,
ଆଶ୍ଚର୍ଯ୍ୟାନ୍ବିତ ହୁଏ ଦେଖ ଗଗନ, ପବନ ।
ବସନ୍ତ ! !
ବସନ୍ତର ବାସନ୍ତୀ ରଂଗେ ଧରିତ୍ରୀ ଯେ ରଂଗୀନ ,
କୁହୁ ତାନ ଶୁଣି ଚଞ୍ଚଳ ତା ତନୁ ମନ ,
ବାରତା କି କିଏ ଦେବ ସତେ ତା ପ୍ରିୟର ?
ଉନ୍ମାଦିତ ବୁକୁରେ ତା ଜାଗିଛି ପୁଲକ ,
ଚଞ୍ଚଳ ତା ତନୁ ମନେ ଭରିଛି ଶିହରଣ ,
ତା ଉନ୍ମାଦନା ଦେଖି କେକୀ ପାଦ ବି ଚଞ୍ଚଳ ।
ଗ୍ରୀଷ୍ମ ! !
ଗ୍ରୀଷ୍ମର ଚଣ୍ଡ କିରଣେ ଧୌତ ଧରଣୀ ବଦନ ,
ରବି କରେ ସ୍ବର୍ଣ୍ଣାଭ ଦିଶଇ ତା ତନୁ ମନ ,
ତୃଷାର୍ତ୍ତ ହୃଦୟ ତା ହୁଅଇ ଯେ ବ୍ଯାକୁଳ,
ପ୍ରିୟ ପ୍ରତୀକ୍ଷାରେ ଆତୁର ହେଉଛି ତା ମନ ,
ସେ ଆକୁଳ ପ୍ରାଣ ଦର୍ଶନେ ଅଧୀର ହୁଏ ଭୂବନ ।
