ବସନ୍ତର ଆଗମନେ
ବସନ୍ତର ଆଗମନେ
ଶୀତକୁ ହଟେଇ ବସନ୍ତ ଆସିଲେ
ଶୋଭା ହିଁ ବିଶ୍ବମଣ୍ଡଳ
ହୃଦୟ କନ୍ଦରେ କାମନା ଜାଗ୍ରତ
ଝରିପଡେ଼ କେତେ ଝୋଳ।
ସୌନ୍ଦର୍ଯ୍ଯ ମଣ୍ଡିତ ବିଶ୍ବ ଦରବାର
କାମନା ହାଟ ବସାଇ
ଲହଡି଼ ଭାଙ୍ଗୁଛି ଦେହ ଓ ମନରେ
ଯୌବନେ ନିଶା ଘାରଇ।
ସମ୍ପର୍କର ଡୋର ଦୃଢ଼ ହେବାପାଇଁ
ସଭିଏଁ ଚଳ ଚଞ୍ଚଳ
ଏକକୁ ଆରକ କର୍ମରେ ତତ୍ପର
ଏହା ହିଁ ବସନ୍ତ ବଳ।
ଜୀବ କି ନିର୍ଜୀବ ବିଭୋର ସଭିଏଁ
ଉଦ୍ଭିଦ ହେଉ ବା ପ୍ରାଣୀ
ଛୋଟା କେମ୍ପା କୁଜା କାଲ ଆଦି ଯେତେ
ହୁଅନ୍ତୁ ପଛକେ କାଣି।
ପ୍ରେମ ଜରଜର କାମନା ନିଆଁରେ
ବସନ୍ତ ଆସିବା ଯୋଗୁଁ
ମନ କନକନ ମୃଗୁଣୀ ପରାଏ
କାହାକୁ ଦେଖିବା ଆଗୁଁ।
ବସନ୍ତ ଆସିକି ନେଶି ହେବା ଯୋଗୁଁ
ସଭିଏଁ ହେଲୁଣି ଖୁସି
ଦୂର ପାହାଡ଼ ବି ସୌନ୍ଦର୍ଯ୍ଯ ମଣ୍ଡିତ
ଯେମିତି ହେଉଛି ହସି।
ବୃକ୍ଷରାଜି ଆଜି ନବ ପଲ୍ଲବିତ
ଶୋଭାମୟ ଦିଶୁଅଛି
ପକ୍ଷୀଙ୍କ କାକଳି ଫୁଲ ଫଳ ଖାଇ
ଭବିଷ୍ଯ ସଦା ଚାହୁଁଛି।
କବିକୁଳ ଏଠି କାଗଜ କଲମେ
ବୁଢା ବି ଯୁବକ ପ୍ରାୟ
କଳକଳ ଆଉ ଛଳଛଳ ମନେ
ଲେଖିବା ହିଁ ଅଭିପ୍ରାୟ।
ଅକ୍ଷମ ହୃଦୟ ମନ ଅଇନାରେ
ଯୁବତୀ ରସିକ ଅଟେ
ଆଙ୍କି ଦେଇଚାଲି କବିତା କାହାଣୀ
ପଢି଼ଲେ କାମନା ଫୁଟେ।
ତୁମେ ଆଗମନେ ହେ ବସନ୍ତ ରାଣୀ
ସଭିଏଁ ନାଚି ଗାଉଛୁ
ପ୍ରକୃତିକୁ ତୁମେ ରଙ୍ଗ ବେରଙ୍ଗରେ
ସଜେଇ ହସାଉ ଅଛୁ।
