STORYMIRROR

Madhabi Patel

Others

3  

Madhabi Patel

Others

ବସନ୍ତ

ବସନ୍ତ

1 min
178


ବସନ୍ତର ଆଗମନେ ଧରା ମହକେ ସୁମନେ

ମଳୟର ହିଲ୍ଲୋଳରେ ହୋଇ ଚଞ୍ଚଳା।


ନବ ପଲ୍ଲବରେ ସଜି କୁସୁମିତ ବୃକ୍ଷରାଜି

ସବୁଜିମା ଭରାକାନ୍ତି କେତେ ମଞ୍ଜୁଳା।


ପଲାସ ଅଧରନାଲି ଦିଶେ ଧରଣୀ ସୁନ୍ଦରୀ

ନବବଧୁ ବେଶ ଆମ୍ରହୋଇ ମୁକୁଳା।


ଦିଗ୍ ବିଦିଗ୍ ମହକିଯାଏ ପଲ୍ଳବିତ ଶାଳକାୟେ

ମହୁଲ ପୁଷ୍ପିତା ହୋଇ ଦିଶେ ଧବଳା।


ସ୍ବର୍ଣବର୍ଣା ସୁନାରୀଫୁଲେ ଝାଲର ଲମ୍ବାଇ ଝୁଲେ

ଗୁଞ୍ଜରିତ ମଧୁପ ଙ୍କ ଭବ୍ୟ ବନ୍ଦନା।


ଶୀତ ଅପସରି ଯାଏ ଉତ୍ତରାୟଣର ଭୟେ

ବସନ୍ତର ଆଗମନେ ସେ ଆନମନା।


କନ୍ଦର୍ପର ପଞ୍ଚପୁଷ୍ପ ବସନ୍ତେ ହୁଏ ପ୍ରକାଶ

ଶୁଭେ କୋକିଳର କୁହୁ ମଧୁ ମୁର୍ଛନା।


ହଳଦୀବସନ୍ତ ଆସେ କୁଲୁରୁ କଲୁରୁ ଭାସେ

ବସନ୍ତ ଅଭିନନ୍ଦନେ କରେ ବନ୍ଦାପନା।


ଫଗୁମୟ ଚାରିଦିଶା ଅବୀର ରଙ୍ଗେ ସୁବେଶା

ନୀଳବର୍ଣା ଆକାଶିଆ ଶୁଭ୍ର ସୁବର୍ଣା।


ମଧୁମୟ ଋତୁରାଣୀ ଉଲ୍ଲସିତ ସବୁ ପ୍ରାଣୀ

ପ୍ରୀତି ମନ୍ତ୍ର ଗାଇ ଗାଇ ନାଚେ ଝରଣା।


ଛଅଋତୁ ବାରମାସ କେବେ ଦୁଃଖ କେବେ ହସ

ବିଧାତାଙ୍କ ସୃଷ୍ଟିର ଏ ଦିବ୍ୟ ସର୍ଜନା।|



Rate this content
Log in