ବସନ୍ତ ବିରାଜ
ବସନ୍ତ ବିରାଜ
ମଧୁ ଋତୁ ଆସନ୍ତେ ବସନ୍ତ ବିରାଜେ
କୋକିଳର କୁହୁ ତାନ,
ଆମ୍ର ତରୁରେ ବକୁଳର ବାସ୍ନା
ହରିନିଏ ସଭିଙ୍କ ତନୁମନ......।
ମନ୍ଦମନ୍ଦ ବାସ ଚହଟଇ ନିତି
ପିକ ସ୍ଵନ ଶୁଭେ ପଞ୍ଚମ ତାନରେ,
ଯେସନେ ବସନ୍ତ ଆସେ ଧୀରେ ଧୀରେ
ବୃକ୍ଷରାଜି ହସେ ପତ୍ର ଗୁଚ୍ଛରେ.....।
ପ୍ରିୟାର ମନଟା ତେଜି ଉଠିଥାଏ
ବସନ୍ତର ବିରାଜରେ,
ନିତି ହଜିଯାଏ ମଧୁ ବନେ ସେତ
ଟିକେ ମଧୁ ସ୍ପର୍ଶ ପାଇବାରେ.....।
ତନୁମନ ତାର ଶିହରଣ ଖେଳେ
ପ୍ରଜାପତି ଉଡେ ମନ ବଗିଚାରେ,
ମଧୁ ଶୋଷି ପୁଣି ମଧୁପ ଚାଲଇ
ନିତି ପୁଷ୍ପରୁ ସେ ପୁଷ୍ପରେ.....।
ରଙ୍ଗବେରଙ୍ଗର ଫୁଲ ଫୁଟି ସେତ
ଧରା ଖିଲିଖିଲି ହସେ,
ଯେବେ ସେ ବସନ୍ତ ଆସଇ
ପୁଣି ଶୀତ ସକାଳର ଶେଷେ....।
ମଧୁପ ଗୁଂଜନେ ସଂଚରି ଯାଏ
ଥିରିଥିରି ହସେ ଫୁଲ,
ପରଜାପତିର ମଧୁ ଚୁମ୍ବନେ
ଭାବେ ପାଇଯାଏ ତାର ମୂଲ....।
ମଉଳିବା ସ୍ବପ୍ନ ପୁଣି ଭାସି ଉଠେ
ମନ ଭସା ବାଦଲରେ,
ଆଖିର ଭାଷା ଓଠ ବୁଝିଥାଏ
ପ୍ରକାଶଇ ତାର ପାଶେ......।
ଧରିତ୍ରୀ ମା'ର ଆନ ରୂପ ପୁଣି
ସବୁଜ ଭରଇ ବନ,
ଏଣେ ତେଣେ ଉଡି ମଧୁମକ୍ଷୀମାନେ
ଖୁସି ବାଣ୍ଟେ ସଭିମନ......।
ପ୍ରିୟା ଝୁମିଥାଏ ପ୍ରିୟର ସହାରେ
ମନେ ଭରିଥାଏ ତୃଷ୍ଣା ,
ସେ ତୃଷ୍ଣାରେ ଥାଏ ହଜିବାର ନିଶା
କେତେ ମତୁଆଲା ବାସ୍ନା...।
ବସନ୍ତ ବିରାଜେ ମଧୁବନେ
କେତେ ସୁମନ ଫୁଟଇ ନିତି,
ସୁମନ ବାସରେ ଦିଗ ଚହଟଇ
ଶ୍ରାବଣ ବିଦାୟ ନିଅନ୍ତି ...।
ଏପରି ବସନ୍ତ କେତେ ବିରାଜିବ
କେବେ ପୁଣି ମଉଳିବ,
ଜୀବନରେ ସବୁ କ୍ଷଣଗୁଡିକୁ
ବସନ୍ତ ରଙ୍ଗେ ରଂଗାଇଲେ
ଦୁନିଆ ହସି ଉଠିବ.......ll
