STORYMIRROR

Kalyani Nanda

Others

3  

Kalyani Nanda

Others

ବରଷି ଯା ରେ ମେଘ

ବରଷି ଯା ରେ ମେଘ

1 min
217

 ପ୍ରଚଣ୍ଡ ରବି କିରଣେ ଉତ୍ତପ୍ତ ସାଗର ର ଜଳ,

 ଯେବେ ହୋଇ ବାଷ୍ପୀଭୂତ ଉର୍ଦ୍ଧ୍ବେ କରେ ଗମନ,

 ସେ ଜଳୀୟ ବାଷ୍ପ ରୁ ମେଘ ରୂପେ ତୁ ଆବିର୍ଭୂତ,

 ସଂସାର ହୁଏ ମୁଗ୍ଧ ଦେଖି ତୋ କୃଷ୍ଣ ଘନ ରୂପ।


 ଚପଳା କୁ ସାଥେ ନେଇ, ଖୁସିରେ କରି ଗର୍ଜନ,

 ବରଷି ଯାଉ ବାରିଧାରା ତ୍ୟାଗମୂର୍ତ୍ତି କରି ଧାରଣ,

 ସାଗରକୁ ଦେଉ ତୁ ଫେରାଇ ତା ଦେବା ଜଳ କଣ,

 ସମସ୍ତ ଜୀବଜଗତ ଦେଖି ତୋ ମହାନତା ହୁଏ ଉଲ୍ଲସିତ।


 ଏ ମାନବ ହୃଦେ, ବରଷି ଯା ତୁ ଦେଇ ପ୍ରେମର ସ୍ପର୍ଶ,

 ଦୟା,କ୍ଷମା,ସ୍ନେହ ର ବାରିର ପରଶେ ଧରା ହେଉ ସିକ୍ତ,

 ତୁ ଯେବେ ଆସୁ, ଦୁଇ ହୃଦୟେ ହେଉ ସେତୁ ଟିଏ ମିଳନର,

 ତୋ ଆଗମନରେ ହୁଏ ଏ ଧରା ସ୍ନେହ ସିକ୍ତ,ଅମୃତମୟ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍