ବର୍ଷା
ବର୍ଷା
ମୌସୁମୀ ର ଆଗମନରେ ଯେବେ
ମୋ ଝାଳୁଆ ଦିହଟି ସିକ୍ତ ହୋଇଯାଏ
ପ୍ରଥମ ଅସରାର ସ୍ପର୍ଶରେ
ମୁଁ ତ ରୋକି ପାରେନାହିଁ
ଖୁସିର ସେ ଅମାନିଆ ଭାବକୁ
ସତେ କି.... ବାଟବଣା ହୋଇ
ମୋ ଓଦା ସରସର ଦେହଟା
ଲୋଟିଯିବ ଧରଣୀ କୋଳରେ
ମୁଁ ତ ଅଟକେଇ ପାରେନି,ବେଲଗାମ ମନଟିକୁ
ମୋ ଅଜାଣତରେ ଭିଜିଯାଏ ବର୍ଷାରେ
ବର୍ଷାର ଉଦ୍ଧାମତାକୁ ଉପଭୋଗ କରି
ଖିଆଲି ମନର ଅଡ଼ୁଆ ବାଟରେ
ମତୁଆଲା ହୋଇ ଉଠେ
ସତେକି ବୁଡ଼ିଯାଇଛି ମହୁଲୀ ନିଶାରେ ।
କେତେ ଦିନର ନିରବତା କୁ ପ୍ରତିହତ କରି
ଚାରିଆଡ଼େ ଖୁସିର କଣିକା ବିଞ୍ଚି ଦେଇଛି
ମଲ୍ଲିଫୁଲ ପରି ଫୁଟିଯାଏ ବିନାଇସାରାରେ
ତା ଶୀତଳ ଛୁଆଁରେ ମୋ ବଗିଚା
ଆବୋରି ନେଇଛି ପ୍ରେମର ଛିଟାକୁ ।
ଶିଖି ପହିଲି ମେଘର ଜଳ ପାନକରି
ବିଭୋର ହୋଇଯାଇଛି, ଅଟକେଇ ପାରିନି
ତା ଆଖି ର ଧାର ଧାର ଲୁହକୁ,
ବୁକୁରେ ଫୁଲି ଯାଉଥିବା କୋହକୁ,
ଥରୁଥିବା ଓଠର ବକ୍ତ୍ୟବ୍ଯକୁ,
ମନର ଗୁଞ୍ଜରିତ କ୍ରନ୍ଦନକୁ,
ହୃଦୟର ବ୍ୟାକୁଳତା ଭରା ସ୍ଫନ୍ଦନକୁ,
ବର୍ଷା ଋତୁର ଆଗମନରେ ।
