STORYMIRROR

SUKANTA KHANDA

Others

4  

SUKANTA KHANDA

Others

ବରଷା

ବରଷା

1 min
336

ବରଷା ଆସିଲା ବୋଲିକି ଆଜି

ଆଈଙ୍କର ମନ ହେଉଛି ଭାଜି।


ଏକଲା ମଣିଷ କରିବ କ'ଣ

ଘର ଛାଉଁଣୀକୁ ନାହିଁଟି ଛଣ।


ଦିନରେ ଖରାକୁ ରାତିରେ ତରା

ନିଇତି ଆଖିରୁ ଲୁହର ଝରା।


ଲହଡି଼ ଖେଳିବ ସମୁଦ୍ର ପରି

କାନ୍ଥ ଖସିଯିବ ଗର୍ଜନ କରି।


କୁଆଡେ଼ ଯିବି ମୁଁ ସାହା କେ' ହୁଏ

ନିଅଁଶୀକୁ ଅବା ପଚାରେ କିଏ ।


ସରଗ ନରକ ବସି ଭାବିଲା

ମରଣକୁ ଥରେ ଜୁହାର କଲା।


ବଡ଼ ଲୋଭ ଥିଲା ତା'ଜୀବନକୁ

ଯା'ଥିଲା ଦରବ ମୁଣ୍ଡ ଶାଳକୁ।


ଜାବୁଡି଼ ଧରିଲା ଲୁହ ଗଡେ଼ଇ

ଛାଡି଼ ଦେବ କିଆଁ ଶୋଇ ଭାବଇ ।


ହଠାତ୍ ମନକୁ ଖୋଲି କହିଲା

କାହା ପାଇଁ ବଞ୍ଚି ରହିବି ଭଲା ।


ଆକୁଳେ ଡାକିଲା ମରଣ ଆସ

ତତକ୍ଷଣ ଶୁଣିଲା ଯମର ହସ।


ଯମକୁ ଦେଖିଲା ଆଈ ମୋହର

କହିଲା ସେ'ପୁରେ ସ୍ବାମୀଙ୍କ ଘର।


ଭେଟାଇ ଦିଅନ୍ତୁ ଯମ ଦେବତା

କହୁକହୁ ଖସି ପଡି଼ଲା ବତା।


ଆଈଙ୍କର କଥା ଦେଲି ମୁଁ ଶୁଣି

ପଡୋ଼ଶୀ ଘରର ମୁହିଁ ନାତୁଣୀ।


କଚାଡି଼ ହୋଇକି ପଡି଼ବା ବେଳେ

ମୁହିଁ ଦଉଡି଼ଲି ମାଆଙ୍କ କୋଳେ।


ଘରକାନ୍ଥ ପଡି଼ ଆଈ ମରିଲେ

ଏମିତି କଷଣ ଥିଲା କି ଭାଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍