ବର୍ଷା
ବର୍ଷା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ବର୍ଷା ର ଆଗମନେ
ଶସ୍ୟ ଶ୍ୟାମଳା ଧରଣୀ ,
ଖିଲିଖିଲି ହସେ
ହୁଏ ନିନାଦିନୀ ।
ଘନ ବାଦଲ ରେ
ଚପଳା ର ଦସ୍ତଖତ,
ଝଡ ଝଙ୍କାର ରେ
କରେ ଆତଙ୍କିତ ।
ପ୍ରଭ।ତିଆ ସମୀରେ
ଲକ୍ଷ ଲକ୍ଷ ଇନ୍ଦ୍ର ଗୋପ ,
ଯାଆନ୍ତି ହଂସ ସମ
ମୁଖେ ହାସ୍ୟ ରୂପ ।
କେଳି କେକିନୀ ବନେ
ଆନନ୍ଦେ କରନ୍ତି ନୃତ୍ୟ,
ବେଙ୍ଗ ଡାହୁକଙ୍କ ରଟ
ଧ୍ୱନି ଉତ୍କଟ ।
ନଦନଦୀର ସୀମା
କରି ହୁଏନି କଳନା
ଧ୍ବଂସ କରିବାକୁ କି !
ଏ ଚିର ସାଧନା ।
ସପ୍ତ ସ୍ୱର ରାଗ ରେ
ଗଗନୁ ହେଉ ନିସୃତ,
ହର ତାଣ୍ଡଵ ସମ
ତୋ ତାଣ୍ଡଵ ନୃତ୍ୟ ।
ମଲ୍ଲୀ ମାଳତୀ ଯୁଇ
କଦମ୍ବ ଶିଉଳି ପୁଷ୍ପ ,
ଚିର ପ୍ରସ୍ଫୁଟିତ
ନୈସର୍ଗିକ ରୂପ ।
ସୁନୀଲ ଶାଢୀ ପିନ୍ଧି
ହସେ ରୂପସୀ ମହୀ,
ଚାଷ କାମ କରି ହସେ
କୃଷି କାରକ ଭାଇ ।
ଛତୁ ଇନ୍ଦ୍ର ଟଙ୍କାର
ପ୍ରକୃତି ତୋ ସହଚର,
ଦୁତିକା ଅଟୁ ତୁହି
ବିଶ୍ୱ ରାଜଙ୍କର ।
ଶତ ଧନ୍ୟ। ଲୋ ବର୍ଷା
ପିନ୍ଧୁ ଅପରୁପା ଭୁଷା,
କବି ଭାବୁକ ଙ୍କ
ତୁ ଚିର ନମସ୍ୟା ।