Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Kanduri Charan Rout

Others

3  

Kanduri Charan Rout

Others

ବର୍ଷା

ବର୍ଷା

1 min
315



ଶ୍ରାବଣ ମାସରେ ଆକାଶ ଆଖିରେ ଅସରା ଲୁହର ଧାରଧରା

ବୁକୁପରେ ବରଷା ରୂପରେ ଝରୁଅଛି ଝରଝର ।

ଛୋଟଛୋଟ ଛୁଆ କେତେ ଖୁସି ଆହା କାଗଜର ଡଙ୍ଗା ଧରି

ଚଷାପୁଅ ମନ କେଡ଼େ ଛନଛନ ଚାଷବାସକୁ ସୁମରି ।

ହଳିଆ ଗୀତର ସୁମଧୁର ସୁର ଅଦୂର ବିଲରୁ ଶୁଭେ

ମୟୂର ପୁଚ୍ଛରେ ମେଘର ମଲ୍ଲାର ଖୁସିରେ ମଣ୍ଡୁକ ରାବେ ।

ବରଷାର ଜଳ ହୋଇଲେ ପ୍ରବଳ ଅସମ୍ଭାଳ ନଈନାଳ

ହୋଇ ଗତିଶୀଳ ଲଙ୍ଘି କରେ କୂଳ ଜଳାର୍ଣ୍ଣବ ସମତଳ ।

ତଥାପି ବରଷା ଜୀବନର ଆଶା ଧରଣୀର ମଧୁବାସତା'

ଅମୃତ ଧାର ସୁଖର ଆସରସାଧବ ବୋହୁର ବେଶ । 


Rate this content
Log in