ବର୍ଷା
ବର୍ଷା




ବର୍ଷା ମାସେ ହେଲାନ କେତେ ଖରା
ମେଘ୍ ରଜା କେନ୍ ରାଏଜ୍ ଗଲା,
ଠିକ୍ ସମିଆଁ ଥି ବର୍ଷା ନାଇଁ ହେବାର୍
ମୁନୁଷ୍ ଜୀବନ୍ ହେଲା ଗୁଲଗୁଲା ।
କେତେ ମୁନୁଷ୍ ପୂଜା କରୁଛେ
ମାହାପୁରୁ କେ କରି ଗୁହାରୀ,
ଯେତେ ଜାଣା କଲେ କାଏଁ ହେବା
ଗଛ୍,ପତର୍ ଗଲାନ ସରି ।
ଜମି ବିକି ଫେକଟିରି କଲୁ
ଗଛ୍,ପତର୍ ଗଲା କଟି,
ଏଛେନ୍ କହୁଛୁ ବର୍ଷା ନାଇଁ ହେବାର୍
ମେଘ୍ ଗଲା କାଏଁ ଫାଟି ।
ପଏସା ଲୁଭେ ଜମି,ବାଡି ଦେଲୁ ବିକି
ନିଜକୁ ନିଜେ ରଜା ବନାମି କହିଁ,
ଖରା ଯଦି ଚିଉଁଛେ ତତେ
ବର୍ଷା କେ ଖୁଜୁଛୁ କାହିଁ ।
ଜଙ୍ଗଲ୍ ଥିଲାବେଲେ ମେଘ ରଜା
ଉପୁରୁ ଝରଉଁ ଥିଲା ବର୍ଷା,
ତାହାକେ ଦୁଃଖ୍ ଦେଇକରି
କାଏଜେ କରୁଛୁ ତାହାକେ ଆଶା ।
ହିରାକୁଦର୍ ପାଏନ୍ ସରିଗଲାନ
କେନୁ ହେବା ଚାଷ୍ ବାସ୍,
ଟିକେ ରଚେ କରିଥିବୁ ଜଦି
ବନ୍ୟା କରି ଦେଉଛେ ସର୍ବନାଶ ।
ଅକାଲ୍ ଚଡକ୍ ମାଏଲା ବାଗିର୍
ଦେଉଛେ ରଝୋ କରି ଢାଲି,
ଠିକ୍ ଠିକନା କିଛି ନାଇନ
ବର୍ଷା କେତେବେଲେ ଆଉଛେ ଚାଲି ।
ଆଘର୍ ଜମାନା ଥି ଲୋକ୍ ମାନେ
ମୁହେ ଦେଇ ଦଉଥିଲେ କହି,
କେତେବେଲେ ବର୍ଷା ,ଝକେର୍ ହେବା
ନାଇଁ ଲାଗୁ ଥିଲା କିଛି ବହି ।
ଏଛେନ୍ ରେଡିଓ କହେଲେ ବି
ହେଇ ଜାଉଛେ ମିଛ୍,
ଆସାର୍ କରି ବସିଥା ମୁନୁଷ୍
ଉପୁରୁ ବର୍ଷା ପଡବା ବିଛି ।
ସୁଖି ଗଲାନ ,ଖେତ୍,ବାହାଲ୍
ବର୍ଷା କରୁଛେ ହାହାକର୍
ମୁନୁଷ୍ ତୋର୍ ବୁଧିର୍ ଲାଗି
ମାଏଟ୍ ମାଁ' କରୁଛେ ଚିତ୍କାର୍ ।
ବର୍ଷା,ଖେତ୍ ପ୍ରେମ୍ ମିଲନ୍ କେ
ମୁନୁଷ୍ କରିଦେଲୁ ବରବାଦ୍
ଏଛେନ୍ କହୁଛୁ ବର୍ଷା ନାଇଁ ହେବାର୍
ଏଛେନ୍ କହୁଛୁ ବର୍ଷା ନାଇଁ ହେବାର୍