ବର୍ଷା ଯେବେ ତୁମେ ଆସ
ବର୍ଷା ଯେବେ ତୁମେ ଆସ
ମୁଁ ଅଗଣା ରେ ତୁମ
ରୂପ କୁ ଦେଖେ
ତୁମ ଟୁପ୍ ଟାପ୍ ଶବ୍ଦ ରେ
ତୁମେ ଆସ ବୋଲି
ଝରକା କୁ ଖୋଲି ରଖେ ।
ବର୍ଷା ଯେବେ ତୁମେ ଆସ
ଭସା ବାଦଲ କୁ ନିରେଖି ଚାହେଁ
ତୁମ ଝିପ୍ ଝିପ୍ ବର୍ଷା ର ରାତି କୁ
ବେଙ୍ଗ ର ରଡି ରେ
ତା ଶବ୍ଦ କୁ ବୁଝିବାକୁ ଚେଷ୍ଟାକରି ଥାଏ ।
ବର୍ଷା ଯେବେ ତୁମେ ଆସ
ଇନ୍ଦ୍ରଧନୁର ସପ୍ତ ରଙ୍ଗେ
ଅଧା ଖରା ଅଧା ବର୍ଷା କୁ
ରଙ୍ଗ ରେ ଭିଯାଉଥାଅ ।
ବର୍ଷା ଯେବେ ତୁମେ ଆସ
କୃଷକ ତୁମ ଆସିବା ପଥ କୁ
ଭିଜାଇ ଥାଏ ତା ଶୁଖିଲା ଜମି ରେ
ଆନନ୍ଦାଭରା ଅଶ୍ରୁ ନେଇ
ତୁମ ପାଦ ଧୋଇ ଥାଏ ।
ବର୍ଷା ଯେବେ ତୁମେ ଆସ
ତୁମ ସାଥେ ଭିଜିବା ପାଇଁ ମନ
ନାଚିଥାଏ
ତୁମ କୁ ଦେଖି
କବି ର କବିତା
ଗୁଣୁ ଗୁଣୁ ଗୀତ ଗାଏ ।
ବର୍ଷା ଯେବେ ତୁମେ ଆସ
ମୁଁ ତୁମ ସହ ଓଦା ମନ ନେଇ
ପିଲାଦିନ ର କାଗଜଡଙ୍ଗା କୁ
ଖୋଜୁଥାଏ ।
ବର୍ଷା ଯେବେ ତୁମେ ଆସ
କେତେ ଯେ ଭାବନା ର
ଖିଅ କୁ ଯୋଡି ରଖ
ଫୁଟନ୍ତା ଫୁଲ ରେ ନିଜ
ପ୍ରତିବିମ୍ବ ଦେଖ ।
ବର୍ଷା ଯେବେ ତୁମେ ଆସ
ମୁଁ ଜଣେ ଆନମନା ଶ୍ରାବଣୀ ହୋଇ
ଝିପ୍ ଝିପ୍ ବର୍ଷା ରେ ଅପେକ୍ଷା ର
ଅନ୍ତ ଘଟାଇ ମିଶୁଥିଲି
ଥଣ୍ଡା ଥଣ୍ଡା ପବନ ନେଇ ।
