STORYMIRROR

sushama Parija

Others

4  

sushama Parija

Others

ବର୍ଷା ତୁମେ ଆସ

ବର୍ଷା ତୁମେ ଆସ

1 min
372


ରୁଣୁଝୁଣୁ ତୁମ ପଦ ନୂପୁର ନିକ୍ୱଣ ମନେ ଭରେ ପ୍ରିୟ ସଙ୍ଗ ଆଶା  

ତୁମ ସାଥେ ଆଣି ଶୀତଳ ସମୀର କର ତୁମେ ପିୟାସୀ ଗୋ ବର୍ଷା ॥ 

କଜଳ ମେଘର ଛାତିରେ ଦିଶେ ଯେବେ ସୁନାରଙ୍ଗବିଜୁଳି ଚମକ 

ତନୂ ମନ ହୁଏ ଶିହରିତ, ବିରହିଣୀ ଲୋଡୁଥାଏ ପ୍ରିୟଜନ ବକ୍ଷ ।।

 ବର୍ଷା ର ପହିଲି ପରଶେ ଯେବେ ଭିଜାମାଟି ଖେଳାଏ ମହକ

 ତୃଷାର୍ତ୍ତ ଚାତକ ଚାତକୀ ପ୍ରାଣେ ଖେଳିଯାଏ ନୂତନ ପୁଲକ ।। 

ନୂତନ ମେଘର ଗୁରୁ ଗରଜନେ ନାଚେ ବନେ ଶିଖୀ ପୁଚ୍ଛ ମେଲି

 ଉଚ୍ଚକିତ ହୋଇ ଧରଣୀ ହସଇ ଫୁଟେ ଯୂଇ ଯାଇ ହେନା ମଲ୍ଲୀ ।।

 ସଜେଇ ହୋଇ ସେ ପ୍ରକୃତିରାଣୀ ଟି ଦିଶେ କେଡେ ମନୋହର

 ଶୁଷ୍କ ନଦ ନଦୀ ଗ୍ରାମ୍ୟ ପୁଷ୍କରିଣୀ ଦେଖ ଜଳେ ହେଲେ ଭରପୂର ॥

 ଧଳା, ନାଲି, ନୀଳ କଇଁ ଫୁଲେ ଫୁଲେ ଭରା ଗ୍ରାମ୍ୟ ପୁଷ୍କରଣୀ

 ଘାସଗାଲିଚାରେ ସାଧବ ବୋହୂ ଟି ଚାଲେ ନାଲି ଓଢଣାଟି ଟାଣି ।। 

ରୁକ୍ଷ ବୃକ୍ଷରାଜି ଶ୍ରୀହୀନ ବନାନୀ ଶୋଭେ ନବ ପଲ୍ଲବୀତ ହୋଇ 

କୋଇଲି ଡାକରେ ସୁନାରୀ ଗଛଟି ଝୁମେ ମତୁଆଲା ହୋଇ।। 

ଚାଷୀଭାଇ ମନ ଆନନ୍ଦ ରେ ପୂର୍ଣ୍ଣ , ଦେଖି ତୁମ ଆଗମନ 

କ୍ଷେତରେ ଭରିବ ସୁନାର ଫସଲ ତୁମେ ଦେଲେ ବରଦାନ ।।

 ବଢି ମରୁଡି ର ଦାଉ ହତାଶ କରିଛି ସୁଖ ତା’ ଯାଇଛି ହଜି 

ତୁମେ ସାହା ହେଲେ ଏକା ବରଷକେ ସବୁ ଦେଣା ଯିବ ଶୁଝି ।।

 ଆସ ଆସ ତୁମେ ବର୍ଷା ଗୋ ତୁମ ସାଥେ ସୁଖ ନେଇ ଆସ 

ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ହେଉ ମୋ ଭାରତବର୍ଷ ।।

 ଘୁଞ୍ଚି ଯାଉ ଯେତେ ଅଭାବ କଷଣ ଦୁଃଖ ହୋଇଯାଉ ଶେଷ 

 ହିଂସା, କ୍ଳେଶ, ଦ୍ୱେଷ ଦୂର ହୋଇ ସବୁ ମନେ ଭରି ଯାଉ ହର୍ଷ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍