Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

5.0  

Sadananda Sahoo

Others

ବରଷା ପ୍ରେମକୁ ଭରସା କରିଛି

ବରଷା ପ୍ରେମକୁ ଭରସା କରିଛି

1 min
13.3K


ଏ ବରଷା ପ୍ରେମିକା ଇନ୍ଦ୍ରଦେବ ସୂତା

ଆସିଛି ସଜେଇ ହୋଇ ;

ପ୍ରେମର ବାରିଧି ଦେବ ସେ ଅଜାଡ଼ି

ମନ ପ୍ରାଣ ନଵ ମୋହି !!

ବରଷା ସୁନ୍ଦରୀ ସ୍ୱର୍ଗ ଅପସରୀ

ପ୍ରେମର ଅମୃତ ଧାରା ;

ପ୍ରେମ ପରଶରେ ରିମି ଝିମିଝିମି ସୁରେ

ପ୍ରୀତି ଗୀତି ଗାଏ ପରା !!

ତା'ପ୍ରେମ କୁହୁକ କରୁଛି ଅଥୟ

କଵି ଭାବନାକୁ ମୋର ;

ରହନ୍ତା କି ପାଶେ ସବୁ ଦିନ ସତେ

ସାଜନ୍ତି ତା'ପ୍ରିୟ ବର !!

ବରଷା ପ୍ରେମକୁ କରିଛି ଭରସା

ଏ ମର୍ତ୍ତ୍ୟ ମଣ୍ଡଳେ ରହି ;;

ପ୍ରେମ ନୀର ଢାଳି ଦେବ ସେ ଭିଜେଇ

ସନ୍ଦେହ ମୋ ଜମା ନାହିଁ !!

ବଧୂବେଶେ ଯେବେ ଆସିବ ମୋ ଘରେ

ମହମହ ବାସ୍ନା ହେବ ;

ବାଜିବ ବାଜଣା ହଜିବ କାନ୍ଦଣା

ସର୍ବ କର୍ମ ହେବ ଶୁଭ !!

ବିରହିଣୀ ବୋଲି ଆଶଙ୍କା ରେ ଥିଲି

ଆଜି ମୁଁ ଜାଣୁଛି ସତ ;;

ସରଳ ହୃଦୟ ବରଷାର ମୋର

ସାଜିଛି ମୋ ମନ ମିତ !!

ପ୍ରେମ ସୁଧାନିଧି ବରଷାର ପ୍ରୀତି

କୋଟି ଜନମନ ଜିଣେ ;;

ଧରାରେ ବସତି ଭିଜା ଭିଜା ମାଟି

ଶ୍ୟାମଳୀ ମା'କଥା ଶୁଣେ !!

ବ୍ରହ୍ମାଣ୍ଡ ସୁନ୍ଦରୀ ମୋ ବରଷା ରାଣୀ

ପିଲା ଦିନୁ ମୋର ସାଥୀ ;;

କେମିତି ଭୁଲିବ ମୋତେ ଜାଣି ଶୁଣି

ମୁଁ ପ୍ରେମର ଦ୍ୱାରିକା ରଥୀ !!

ରୁଣୁ ଝୂଣୁ ତା'ର ପାଉଁଜି ଶବଦ

ପ୍ରେମ ମନ୍ତ୍ର ସାନିଧ୍ୟରେ ;

ପ୍ରେମ ମନ୍ଦିରରେ ସଞ୍ଜ ଆଳତୀରେ

ମୁକ୍ତା ଟୋପା ହୋଇ ଝରେ !!

ଏ ମୁକ୍ତାର ବରଷା ହସାଏ ସହସା

ଅସୁମାରୀ ସ୍ୱପ୍ନ ଭରି ;;

ୠତୁ ରାଣୀ ବୋଲି ଯାଏ ଅପସରି

ବାପ ଘର ପୂଣି ଫେରି !!

ପ୍ରେମର ସମ୍ପର୍କ କରେନା ବିତର୍କ

ପ୍ରେମିକା ମୋ ହସ ଫୁଲ ;;

ମୋ ବର୍ଷା ପ୍ରେମିକା ନୁହେଁ ବିଭୀଷିକା

କରିଦେବ ମୋତେ ଗେଲ !!

ଏ ଜଗତ ଜାଣିଛି ମୋ ବରଷା ପୀରତି

ଚତୁମାସେ ପାଶେ ରହେ ;

ଆଉ ସବୁ ଦିନେ ପ୍ରିୟା ବାପ ଘରେ

ଅବକାଶେ ମନ ମୋହେ !!

ମୋ ଲେଖନୀ ପ୍ରେମିକା ସାଜେ ସ୍ମରଣିକା

ଅପସରି ଯେବେ ଯାଏ;;

ଆରବ ବରଷକୁ ଆସିବ ଘରକୁ

ସିନ୍ଥୀରେ ସିନ୍ଦୁର ନାଏ !!!

!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!

ସଦାନନ୍ଦ ସାହୁ ;

କାରା କର୍ମଚାରୀ ;

କେନ୍ଦ୍ରୀୟ କାରାଗାର ; କଟକ

email -mrssahoo1977@gmail.com

mobileno-9777361178


Rate this content
Log in