ବର୍ଷା ଗୋ ତୁମେ
ବର୍ଷା ଗୋ ତୁମେ
1 min
627
ଲୁହର ଲହରୀ ଝରିବା ଜାଣିଛି
ବ୍ୟଥା, ବେଦନାର ତୀରେ,
ବର୍ଷିଗଲେ ଥରେ ଯାଆନ୍ତା ବତୁରି
ଜୀବନ ଯନ୍ତ୍ରଣା ଧିରେ ।
କୋହକୁ ମୋହରେ କୁହୁକିନୀ ରାଣୀ
ବରଷାରେ ଭିଜା ସ୍ପର୍ଶେ,
ଧୂସର ଧରଣୀ ହୁଏ ବୈତରଣୀ
ସୁପ୍ତ କାମନା ଆକର୍ଷେ ।
ଅମାପ ତୃଷ୍ଣା ଏ ଆସକ୍ତି ର ବାସ୍ନା
ମେଘ ମେଦୁରିତ ନଭେ,
କଳ, କଳ ଧାରେ ପରାଣରେ ଭିଜା
ମମ୍ମୋହିତ ଅନୁଭବେ ।
ହେ ବର୍ଷା ଗୋ, ତୁମେ ଲିଭାଇ ପାରିବ
ବିଷର୍ଣ୍ଣ, ବିବର୍ଣ୍ଣ ଭାବ,
ଶାଶ୍ଵତ୍ବ ମୟୀ ଗୋ,ଅନୁପମା ତଵ
କଳୁଷିତ ଧୋଇ ନେବ ।