ବର୍ଷା ଭିଜା ମୁଠାଏ ମାଟି । କାଶ୍ୟପ ।
ବର୍ଷା ଭିଜା ମୁଠାଏ ମାଟି । କାଶ୍ୟପ ।
ବର୍ଷା ଭିଜା ମୁଠାଏ ମାଟି । କାଶ୍ୟପ ।
କବିତାସ୍ନାତା ନାୟିକା ଆସି ସାମ୍ମନାରେ ଛିଡ଼ାହୋଇ କହିଲେ, ""ହଇ"" କି ? ମ କେତେଦିନ ଖୋଜୁଥିବ ମରୁଭୂମିରେ ପାଣି ଛାଡି ଖଜୁରୀରସ ସବୁଦିନେ ଲେଖ ତୁମେ କବିତା, କରି ସାଥୀ ------------- ତୁମ ଇଛା ମାନଙ୍କୁ କନ୍ୟା , ଏଇ ଦେଖ ବିଛାଇ ଦେଇଛି ମୋ ଶରୀରର ସବୁ ରୂପ ଲାବଣ୍ୟ କରି ମୋ ରକ୍ତିମ ଅଧରକୁ ସୁବାସିତ ରେଭଲେନଁ ଲିପିଷ୍ଟିକରେ ରଙ୍ଗୀନ, ସବୁ ସମ୍ବେଦନଶୀଳ ଅଙ୍ଗେ ବିଛୁରିତ କରିଛି ପ୍ୟାରିସର ବିଶ୍ୱପ୍ରସିଦ୍ଧ ଦାମିକା ସୁବାସିତ ଅକ୍ୱା ବେସିସ ଅତର ଚେରୀ ବ୍ଲୁଜୁମ କରିବାକୁ ତମକୁ ଆଲ୍ଲାହଦିତ , ଆଖି ମୋର ----------------! ସାଇତି ରଖିଛି ତମ ଲାଗି ବି କିଛି ସ୍ଵପ୍ଣ,,ମୁଁ କଣ ? ତୁମ ସେଇ କଳ୍ପନା କବିତା ନାୟିକା ନୁହେଁ ସମ । (୧)
କରି ତୁମ କବିତାବର୍ଷା ଦିଅ ମତେ ତମ ମୃଦୁ ଅଙ୍ଗୁଳି ସ୍ପର୍ଶ ଭିଜାଇ ଦିଅ-------------! ମୋର ତନୁ ମନ ଯୌବନ ଆଉ କଳ୍ପନାର କଳା ମେଘ ଦେଖି ନାଚୁଥିବ ବନେ କେତେ ଦିନ ହୋଇ ଏକା ଯୌନକାମିନି ମୟୁର ରତ୍ତିକଳା ସଂପୂର୍ଣା ଯୌବନା ମଧୂପର୍କ ମତୁଆଲା ଛଲକି ଯାଉଥିବା ଗିଲାସେ ଭର୍ତି ପିଆଲା ଯେ ମୁଁ --------------------! ଆସ କର ମୋ ଷୋଳ ଶୃଙ୍ଗାର ରସ ପାନ ମେଣ୍ଟି ଯାଉ ସାରା ଏ ଜୀବନର ତମ ତୃଷ୍ଣା ------------ଓଃ ତୃଷ୍ଣା ଜହ୍ନ ଆଉ ଜ୍ୟୋସ୍ତ୍ଣା ସାଥିରେ କଟି ଯାଉ ଏ ରାତି ବଞ୍ଚିବା ଥରେ ହେଲେ ତ ଜୀବନ ହୋଇ ରତିକ୍ରିଡାରତ୍ତ ଉଚ୍ଚଶୃଙ୍ଖଳିତ ମୃଗନାଭି କସ୍ତୁରୀ ମୃଗ (୨)
କେତେଦିନ ଆଲୋକିତ କରୁଥିବ ଶହ ଶହ ମନ ମନ୍ଦିର ମହମବତୀ ସମିଧିରେ ନିଜେ ଜଳି ପୁଣି ଶହ ଶହ ମହମବତୀ ଜଳାଇ ହୃଦୟେ ଅନେକ ବାଣ୍ଟି ବାଣ୍ଟି ନିଜ କାମନାର କଳ୍ପନକୁ କରି ନିଷ୍ପର୍ଭ,ନିଃଶେଷ ଆଗାମୀ ପିଡିଙ୍କୁ ଦେଇ ତୁମ ବାର୍ତ୍ତା; କର୍ମ ତୁମ ପ୍ରେମ, ତୁମ ପ୍ରେମ ନେତୃତ୍ବ ସେବା ତୁମ ପ୍ରେମ ଆଉ କଳ୍ପନା ତୁମ କବିତାସ୍ନାତା ନାୟିକା, ଆଉ ତମେ------------------! ରୌଦ୍ର ଗ୍ରୀଷ୍ମର ଅଦିନ ବର୍ଷାର ଦର ଶୁଖିଲା ବର୍ଷା ଭିଜା ମୁଠାଏ ଖାଲି ମାଟି , ବର୍ଷା ଭିଜା ମୁଠାଏ ଖାଲି ମାଟି । (ଶେଷ-୩)
ରାମ ପ୍ରସାଦ ବିଶୋଇ । ରାୟଗଡ଼ା । ତା-୧୧-୦୫-୧୬ ସମୟ-ସକାଳ-୦୬-୦୬ ମିନିଟ ।