ବରଷା ଭାବ
ବରଷା ଭାବ

1 min

34
ଏ ବର୍ଷା ସେଇ ବର୍ଷା ନୁହେଁ
ଯିଏ ଲେଉଟି ଆସିବ
ଏ ବର୍ଷା ସେଇ ବର୍ଷା
ଯେ ନୂଆ ସୃଷ୍ଟି ରଚିବ l
ଆଉ ଆଶା ରଖ ନାହିଁ
ସେଇ ବର୍ଷା ପାଖେ
ନୂଆ ଏକ ଲଘୁଚାପ
ରଚିଛି ସେପାଖେ l
ଏ ବରଷା ମୌସୁମି ର ନୁହେଁ
ଅଦିନ ଲବଣ ବରଷା
ସେ ଆଉ ଫେରିବନି କେବେ
ରଖନି ତା ପାଖରେ ଭରଷା l
ଭାବ ଆଉ ରଖନି ତା ପାଶେ
ଭାସିଯାଉ ପବନର ସାଥେ
ସୃଷ୍ଟି ତୁମ ଦିଅନି ବିଗାଡି
ଚାଲିଯାଅ ବାଛି ନୂଆପଥେ l