STORYMIRROR

Usharani Sahoo

Others

4  

Usharani Sahoo

Others

ବୃକ୍ଷ ରୋପଣ

ବୃକ୍ଷ ରୋପଣ

1 min
296

ବୃକ୍ଷ ତ ଅଟଇ ଆମର ଜୀବନ

ଚୀର ଜୀବନର ସାଥୀ

ଏନ୍ତୁଡ଼ିଶାଳରୁ ଶ୍ମଶାନ ପର୍ଯ୍ୟନ୍ତ

ସର୍ବଦା ଲୋଡ଼ା ହୁଏଟି।


ଖାଦ୍ୟ ବସ୍ତ୍ର ଆଉ ବାସଗୃହ ପୁଣି

ଜୀବନର ଉପାଦାନ

ଜୀବଜଗତ ତା ପାଇଁ ଜୀବିତ

ମହାନ ଅଟେ ତା ଦାନ।


ମାଆ ପରି ସିଏ ସର୍ଵଂସ୍ୱହା ହୋଇ

କରେ ଯେ ଉତ୍ସର୍ଗୀକୃତ

ମାନବ ସେବାରେ ପ୍ରାଣ ଦେଇ ସେହି

ରଖେ ନିଜର ମହତ।


ମୂଳ ଠାରୁ ଡାଳ ଆମୂଳଚୁଳ ଯେ

ହୋଇଥାଏ ଦରକାର

ବିଳାସବ୍ୟସନ ଔଷଧ ସେବନ

ସଦା ହୁଏ ବ୍ୟବହାର।


ଦୂଷିତ ବାଷ୍ପକୁ ଶୋଷିନେଇ ପୁଣି

ଦେଇଥାଏ ଅମ୍ଳଜାନ

ପରିବେଶ ସନ୍ତୁଳନ କରିଥାଏ ଯେହୁ

ତାପକୁ କରି ହରଣ।


ପଥିକର ପଥେ ସାଥିଟିଏ ସାଜି

ନିରାଶ୍ରୟକୁ ଆଶ୍ରୟ

ତୁଷାର୍ତ୍ତ ଜୀବନେ ଅମୃତର ବାରି

ଢାଳିଦିଏ ଜଳାଶ୍ରୟ।


ତଥାପି ମାନବ ନିର୍ବୋଧ ନିଷ୍ଠୁର

ବୃକ୍ଷକୁ କରେ ପ୍ରହାର

ନିଜର ସ୍ୱାର୍ଥକୁ ହାସଲ ନିମିତ୍ତ

କରିଥାଏ ଅବିଚାର।


ଜାଣେ ନାହିଁ ସେହି ବିପଦ ମୃତ୍ୟୁକୁ

କରୁଥାଇ ଆମନ୍ତ୍ରଣ

ସୁଖ ସ୍ୱାଚ୍ଛନ୍ଦ୍ୟର ଉପଭୋଗ ପାଇଁ

କାନନ କରେ ବିଲୀନ।


ଈଶ୍ୱର ସୃଷ୍ଟିରେ ଗଢ଼ା ଏ ମାନବ

ଶ୍ରେଷ୍ଠ ବୋଲି ମଣୁଥାଏ

ଆପଣା ଜିହ୍ୱାକୁ ଆପେ ଛେଦ କରି

ଧ୍ୱଂସକୁ ସେ ଡାକୁଥାଏ।


ବେଳ ଥାଉ ଥାଉ ହୁଅ ସାବଧାନ

ଆଜିର ମାନବ ଜାତି

ଚକଟିଏ ପାଇଁ ଗଛଟିଏ ଲୋଡ଼ା

ମନେରଖ ସଦା ନିତି।


ଗଛଟିଏ ବୋଲି କହିପାରୁ ନାହିଁ

କର ନାହିଁ ଅଣଦେଖା

ପାଣି ସାର ଦେଇ ବଢାଇଲେ ତାକୁ

ହୋଇବ ସେ ଆମ ସଖା।


ପରିବେଶ ସୁରକ୍ଷା ହୋଇବ ଯେ ରକ୍ଷା

ଟିକେ ସଚେତନ ହେଲେ

ସବୁଦିନ ଆମେ ଗୋଟିଏ ଗୋଟିଏ

ତାରାକୁ ରୋପଣ କଲେ।


ବୃକ୍ଷ ଥିଲେ ସିନା ସୁନ୍ଦର ଦିଶଇ

ପ୍ରକୃତି ଧରଣୀ ରାଣୀ

ଶ୍ୟାମଳ ବର୍ଣ୍ଣର ଶାଢ଼ୀ ପିନ୍ଧି ସେ ଯେ

ସାଥେ ଫଳ ପୁଷ୍ପ ଆଣି।


ପ୍ରକୃତି ହସିଲେ ଦୁନିଆ ହସିବ

ସମୀର ବହଇ ସାଥେ

ଇନ୍ଦ୍ରଧନୁର ସପ୍ତରଙ୍ଗରେ ସଜ୍ଜିତ

ସଙ୍ଗୀତ ମୁର୍ଚ୍ଛନା ଛୁଟେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍