STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବୃକ୍ଷ ଦେବତା

ବୃକ୍ଷ ଦେବତା

1 min
201


ବୃକ୍ଷଟିଏ କେଉଁ ବାପ ଗୋଷିବାପ

କାଳରୁ ଦାଣ୍ଡରେ ଅଛି

ଗାଆଁ ହାଲଚାଲ ଦୃଶ୍ଯକୁ ଦେଖିକି

ଆନନ୍ଦେ କାଳ କାଟୁଛି।


ବୃକ୍ଷଟିର ମୂଳେ ଶିଶୁଗଣ ସବୁ

ଖେଳରେ ନିବେଶ ଥାନ୍ତି

ଗାଆଁ ମଉଛବ ମିଳିମିଶି କରି

ଏହାର ତଳେ କରନ୍ତି।


ଗାଆଁର ବିବାହ ମୃତ୍ଯୁ ଶୋଭାଯାତ୍ରା

ସବୁକୁ ଦେଖିଛି ଗଛ 

ନୂଆ ଯଦି କେହି ଗାଆଁକୁ ପଶିବ

ଶୁଣି କହିପାରେ ମିଛ।


ଗଛର ଡାଳରେ ପକ୍ଷୀଙ୍କର ବସା

ବରଷା କାଳରେ ହୁଏ

ଗେଣ୍ଡାଳିଆ ପକ୍ଷୀ ଭରପୂର ହୋଇ

ଛୁଆ ଦେଇ ଉଡି଼ଯାଏ।


ଗାଆଁର ମଝିରେ ଥିବା ଯୋଗୁଁ ଗଛ

କେହି ବି ସେହି ପକ୍ଷୀଙ୍କୁ

ଘଉଡାଇବାକୁ ମନ ନ କରନ୍ତି

ସୁରକ୍ଷା ଦିଅନ୍ତି ତାଙ୍କୁ।


ତଳେ ବିରାଜିତା ମାଆ ଠାକୁରାଣୀ

ଗାଆଁର ମଙ୍ଗଳ ପାଇଁ

ବସି ଦେଖୁଛନ୍ତି ସୁଖ ଆଉ ଦୁଃଖ

ସଭିଙ୍କୁ କୋଳେଇ ନେଇ।


ଗଛଟି ନିଜକୁ ସମର୍ପି ଦେଇଛି

ଗାଆଁ ଲୋକ ହିତ ପାଇଁ

ଅମ୍ଳଜାନ ଛାଇ ଫଳକୁ ପ୍ରଦାନ

ନିତିଦିନ କରୁଥାଇ।


ଶୁଖିଲା କାଠକୁ ନେଇଥାନ୍ତି ଲୋକେ

ଯଦି ବା ଦୈବାତ୍ ପଡେ଼

ଈଷ୍ଟଙ୍କ ଇଛାରେ ନ ହେଲେ କେହି ବି

ନେବାକୁ ଅଣ୍ଟା ନ ଭିଡେ଼।


ଗଛ ମହାନତା ଦେବାରେ ନିମଗ୍ନ

ଯଥାଶକ୍ତି ସେ ଖଟେଇ

ଲୋକେ ବି ମହାନ ସୁରକ୍ଷା ଦିଅନ୍ତି

ଗଛକୁ ମିତ୍ର ବନେଇ।


ଧନ୍ଯ ଗଛ ତୁମେ ଯୁଗଯୁଗ ସାକ୍ଷୀ

ଇତିହାସ ଦେଖିଅଛ

କୋଟିଏ ପ୍ରଣାମ ହେ ବୃକ୍ଷ ଦେବତା

ଅପାର ଦାନ କରୁଛ।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍