ବ୍ରହ୍ମସତ୍ତା
ବ୍ରହ୍ମସତ୍ତା
ମନରେ ଆସେନି କି ପ୍ରଶ୍ନ
ଏତେ ନିଦ୍ରା ଶିଶୁଟି ପାଇଲା କେଉଁଠୁ,
କିଏ ପୁଣି ଏକାନ୍ତରେ ଆସି,
ତନ୍ଦ୍ରାସକ୍ତ କରଇ, ନୟନ ଯୁଗଳ
ଭାବିଛ କି କେବେ ।
ଜନନୀ ଗର୍ଭରୁ ଆହରଣ ନିଦ୍ରା ସହଚରୀ,
ସୃଷ୍ଟ ମାତୃତ୍ଵସ୍ପନ୍ଦନୁ।
ନିଷ୍ପ।ପ, ନିରୀହ ଅଜ୍ଞାନ ଶିଶୁ ଟିଏ
ହସେ ପୁଣି, କି ଉଦ୍ଦେଶ୍ୟ ରେ,
ସେହି ହାସ୍ୟ ଆସୁଥାଏ, କେଉଁ ଅଜଣା ଦିଗରୁ।
ଭବିଛ କି କେବେ
ଆତ୍ମା- ପରମାତ୍ମା, ବାର୍ତ୍ତାଳାପ ଚାଲିଥାଏ,ସୁପ୍ତ ଅବସ୍ଥାରେ
ସେହି ପରମାନନ୍ଦ ଉଛାଳ ତରଙ୍ଗ,
ହସର କାରଣ,
ସେଠି ବିଦ୍ୟମାନ ସ୍ୱୟଂ ନାରାୟଣ ।
ଏତେ କୋମଳତାକୁ ଆସେ କେଉଁ ଠାରୁ ଶିଶୁର ଶରୀରେ,
ଭାବିଛ କି କେବେ
ପରିବର୍ଦ୍ଧିତ କିଶୋରୀ ଟି ଲଭଇ ମାତୃତ୍ଵ
ରହସ୍ୟମୟ ପ୍ରେମର, ମୃଦୁ ପ୍ରସନ୍ନତ। ମଧ୍ୟେ,
ବିସ୍ତାରିତ ହୋଇଥିଲା ହୃଦୟ ତାହାର,
କୋମଳତା ଓ ସତେଜତା ଅଙ୍ଗେ ଅଙ୍ଗେ,
ବିକଶିତ ଥିଲା
ଯାହା ଉଦ୍ଭାସିତ, ଶିଶୁଟିର ଅଙ୍ଗ ଓ ପ୍ରତ୍ୟଙ୍ଗେ ।
