STORYMIRROR

jyotsna mayee panda

Others

3  

jyotsna mayee panda

Others

ବ୍ରହ୍ମଚାରିଣୀ

ବ୍ରହ୍ମଚାରିଣୀ

1 min
238

ମଙ୍ଗଳର ଅଧିଶ୍ୱରୀ ମାଆଗୋ ତୁହି.. 

ତୁହି ମାଆ ବ୍ରହ୍ମଚାରିଣୀ.. 

ମଙ୍ଗଳ ଦୋଷର ନିବାରିଣୀ ତୁହି.. 

ତୁହି ମାଆ ଆଦି ଜନନୀ... 

ସତୀ ଅବତାରେ ଜନମ ହୋଇଲ.. 

ସ୍ୱାମୀ ନିନ୍ଦା ତୁମେ ସହିନପାରିଲ..... 

ଯଜ୍ଞକୁଣ୍ଡରେ ନିଜକୁ ଝାସ ଦେଲ... 

ନିଜ ପତିଙ୍କର ସମ୍ମାନ ରଖିଲ... 

ତୁମେ ପୁଣି ମହାସତୀ ବୋଲାଇଲ. ll

ହେ ବ୍ରହ୍ମଚାରିଣୀ ପର୍ବତ ନନ୍ଦିନୀ... 

ଶୁକ୍ଳ ବସ୍ତ୍ର ପରିହିତା.... 

ଦକ୍ଷିଣ ହସ୍ତରେ କମଣ୍ଡଳୁ ତୁମେ 

ପୁଷ୍ପରେ ତୁମେ ଶୋଭିତା.... 

ଗିରି ପର୍ବତରେ ତୁମେ ତ ରହିଲ... 

ଚିର ତପସ୍ୟାରେ ରତା.... 

ଯୋଗ ମାୟା ତୁମେ ଜଗତ ଜନନୀ.... 

ପୁଷ୍ପ ଅଳଙ୍କାର ଧାରିଣୀ...... 

ଶୁଭ୍ର ବେସ ତୁମ କି ସୁନ୍ଦର ଦିଶେ... 

ତୁମେ ମାଆ ବ୍ରହ୍ମଚାରିଣୀ ll

ରୋଗ, ଶୋକ ଗ୍ରସ୍ତ.... 

ଆଜି ଏ ମଣିଷ.. 

ମାଆ ଗୋ ବିପଦେ ହୁଅ ସାହା.... 

ହର ବାମା ତୁମେ ଜଗତ ଜନନୀ.... 

ହୁଅ ବାରେ ଆଜି ସାହା.... 

ମଙ୍ଗଳମୟୀ ମାଆ ମଙ୍ଗଳକାରିଣୀ.... 

ତୁମେ ମାଆ ବ୍ରହ୍ମଚାରିଣୀ..... 

ମଙ୍ଗଳର ବାର୍ତ୍ତା ଜଗତକୁ ଦେଇ.. 

ତୁମେ ଜଗତ ତାରିଣୀ ତୁମେ ମାଆ ଆଦି ଭବାନୀ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍