ବୃଦ୍ଧା,ଶାଗ ଓ ବୋହୂ
ବୃଦ୍ଧା,ଶାଗ ଓ ବୋହୂ
ବୃଦ୍ଧାଟି ଶାଗ ତୋଳୁଥିଲା
ତା ମନ ଓ ବିବେକ ତଳେ
ଉଙ୍କି ମାରୁଥିବା ଆନନ୍ଦଟେ ପାଇଁ
ଧାଇଁ ଯାଇଥିଲା ପୋଖରୀକୁ
ଯେଉଁଠି କଳମ୍ବ ଶାଗ ଭରପୂର।
ପୋଖରୀଟି ଜାଣ ଭାରି ଛନଛନ ଓ କନକନ
ତା ହୃଦୟ କୋଣରେ ସାଇତା ଏ ଶାଗକୁ
କାହାକୁ ବାଣ୍ଟିବ
ଆଜି ଭାରି ଖୁସି କି ଜଣେ ବୃଦ୍ଧା ମାତାର ହାତ
ସ୍ପର୍ଶ ସେ ପାଇଲା।
ବୃଦ୍ଧାଟି ତୋଳିଛି ମନ ଇଛା କେତେ
ଆଉ ଫେରିଛି ଘରକୁ
ବୋହୂ କିନ୍ତୁ ଦେଖିଛି ଶାଶୂଙ୍କୁ ତ
ଫିଙ୍ଗି ଦେଇଛି ଛଡେ଼ଇ ହାତରୁ।
ଈଶ୍ବରଙ୍କ ଅପାର କରୁଣା।
ହଠାତ ପୋଖରୀରେ ଜୁଆର ଆସିଲା
ଭିଡି଼ ନେଲା ବୋହୂଙ୍କୁ
ଯିଏ ଭରପୂର କଳମ୍ବ ଶାଗ ତା ଛାତିରେ
ସାଇତି ହିଁ ଥିଲା।
ଶାଶୂଙ୍କର ଆକୁଳତା
ହେ ପୋଖରୀ କ୍ଷମା କରିଦିଅ
ବୋହୂଙ୍କର ଏ ଅବିବେକୀ କାମ ପାଇଁ।
ପୋଖରୀ ଶାନ୍ତ ହୋଇଗଲା।
ଗୋଟିଏ ମାଆର ନିବେଦନରେ
ଆଉ ବୋହି ଆଣି ଫିଙ୍ଗିଦେଲା କୂଳରେ ବୋହୂଙ୍କୁ।
ବୋହୂ ଅନୁତପ୍ତ ଅପକର୍ମ ପାଇଁ
ଶାଶୂ ମା ତା ମୁଣ୍ଡରେ ଓଢ଼ଣୀ ନାଇଲେ
ଆଉ ଅନୁମତି ଯିବାକୁ।
ସତରେ !
ବୃଦ୍ଧା,ଶାଗ ଓ ବୋହୂଙ୍କର
କି ଭାବ କେଜାଣି
ହୁଏତ ଈଶ୍ବର ହିଁ ଜାଣିଥିବେ।
