STORYMIRROR

Pinku Ranbida

Others

3  

Pinku Ranbida

Others

ବୃଦ୍ଧ

ବୃଦ୍ଧ

1 min
218

ବୁଢା ବୟସେ ଭିକ୍ ମାଗୁଛେ

ଇ ଗାଁ,ସେ ଗାଁ ପଡା ପଡା ବୁଲି,

କମେଇ କୁଠେଇ ନାଇପାରବାର୍ ବଲି

ଛୁଆ,ପିଲା ମୋର୍ କେତେ ଦେଉଛନ୍ ଗାଲି ।


ମୋର୍ ଘରୁ ମତେ ଦେଉଛନ୍ ଖେଦି

ବଲ୍'ବଫୁ ତୋର୍ ସରିଗଲା କହି,

ନିଜେ ଖାଉଥିଲେ ଶିକାର୍ ଭାତ୍

ମତେ ନାଇଁ ପଚରଉଥିଲେ କେହି ।


ଥିର୍ ଟିକେ ଦେବେ ଭାବୁଥିଲି ମୁଇଁ

ବୟସ ମୋର୍ ଗଲେ ଢଲି,

ପଢେଇ ଲିଖେଇକର ପଏସା ସାରି

ବଡ୍ କରି ତହାକୁ ଭୁଲ୍ କଲି ।


ନିଜର୍ ଗୁଡେ ନିଜେ ଟଙ୍ଗାରି ମାଏଲି

ଧନ୍ ସମ୍ପତି ସବୁ ଦେଲି ସାରି,

ଏଛେନ୍ ସବୁ ଭୋଗ୍ କରୁଛେ ନିଜେ

ପେଟର୍ ଲାଗି ଭିକ୍ ମାଗିକରି ।


ବଡ୍ ବାବୁ ବଡ୍ ଚାକିରି କରୁଛନ୍

ବାହାରେ କେତେ ଦେଖେଇ ହେଲେ,

ଆମର୍ ଠାନେ ବଙ୍ଗଲା,ଗାଡି କେତେ

ସବୁଆଡେ ଡିଙ୍ଗ୍'ରା ପିଟ୍'ଲେ ।


ବୁଢା ବୟସ୍ ଥି ଜୀବନ୍ ମୋର୍

ଭୋକ୍ ଲାଗି ହେଲାନ ଘାଟିସାନି

କେତେବେଲେ ମରନ୍ ଡାକ୍ ଦେବା

ସମିଆଁ ନାଇଁ ପାରୁଛେ ଜାନି


ପିଲା,ଛୁଆକେ ବଡ୍ କର୍'ବ

ଅଲଗା ନିଜର୍ ଲାଗି ରଖବ୍ ଦାନା ପାଣି

ବୁଢା ବେଲେ ଛାଡିଦେଲେ ଭି

ନିଜର୍ ଖାଏବ ନିଜେ ଚାଉଳ୍,ପନିପରିବା ଆନି ।


Rate this content
Log in