STORYMIRROR

Hrushikesh Satpathy

Others

3  

Hrushikesh Satpathy

Others

ବର୍ବର ପ୍ରହାର

ବର୍ବର ପ୍ରହାର

1 min
369

ଦାରିଦ୍ର୍ୟ...

ବିଭିନ୍ନ ତୋ' ରଙ୍ଗ

ଭିନ୍ନ ଭିନ୍ନ ରଙ୍ଗର ତରଙ୍ଗ ।

କେତେବେଳେ ତୁ...

ଜହ୍ଲାଦର ଜର୍ଜର କୃତିତ୍ତ୍ୱ

ପୁଣି କେବେ...

ମୁଷ୍ଟିମେୟ ପୁଞ୍ଜିପତିଙ୍କ

ଶୋଷଣର ଜ୍ୱାଳା ।

ଡେଣା ମେଲିଦେଉ 

ଜ୍ବାଳାମୁଖୀ ହୋଇ... !

ସେ ଡେଣାର ତୀକ୍ଷ୍ଣ ପର ସବୁ

ରକ୍ତାକ୍ତ କରିଦିଅନ୍ତି

ମଣିଷର ଅନ୍ତର୍ଭେଦୀ ଅନ୍ତରୀକ୍ଷ,

"ଦରିଦ୍ର"ର ନିର୍ମମ ଉପାଧି ଦେଇ !!


ଦାରିଦ୍ର୍ୟ...

ତୁ ନିର୍ଦ୍ଦୋଷ ପାଇଁକି

ବର୍ବର ପ୍ରହାର ।

ହୋଇପାରେ ନିୟତିର,ଅବା

ମଣିଷର ନିଷ୍ଠୁର ସ୍ୱାର୍ଥପରତା ।

ଅପଭ୍ରଂଶ ରାଜନେତାଙ୍କ

ଅଭ୍ରକଂଶ ପ୍ରାସାଦର ଆଶା... ।

ନିନ୍ଦନୀୟ ରାଜନୀତିର 

ଦାରୁଣ ଚିତ୍କାରର 

ଅଶ୍ଳୀଳ ଛିଟାର ସ୍ୱରୂପ,

ପୁଞ୍ଜିବାଦର ବିକଳାଙ୍ଗ 

ଚରିତ୍ରଚିତ୍ରଣ... !!


ଦାରିଦ୍ର୍ୟ...

କୁହ ତ.....

କାହିଁ ସେଇ ସାମ୍ୟବାଦର ଦୋହା !

କାହିଁ ସେଇ ନିୟମିତ ସୃଷ୍ଟିର ନିୟମ !

କୃତ୍ରିମତା ଆଉ ବର୍ବରତା ଆଗେ

ମଥା ପିଟି କାନ୍ଦୁ,କାନ୍ଦି ଚାଲିଅଛୁ ।



ପାଇବୁ କି ନ୍ୟାୟ..

ମିଳିବ କି ନିଷ୍ଠା

ଆସିବ କି ସେଇଦିନ...

ସେଇ ସାମ୍ୟବାଦ !!!

ପ୍ରତୀକ୍ଷା,ପ୍ରତୀକ୍ଷା....

ପ୍ରତୀକ୍ଷାରେ ହୋଇବୁ ତୁ ଲୀନ

ଲୁହ ସବୁ ଶୁଖି,ମରୁ ପାଲଟିବେ

ଥିବ ଖାଲି ଅନ୍ଧତ୍ୱ ଶାସନ

କୁରୁକ୍ଷେତ୍ର କାନ୍ଦୁଥିବ.....

ଧୃତରାଷ୍ଟ୍ର ହସି ଚାଲିଥିବେ.....



ଆଉ ତୁ ? 

ପେଶି ହୋଇ ଚାଲିଥିବୁ

କପଟୀ କୃଷ୍ଣ ମାନଙ୍କ 

ମିଥ୍ୟା ସାରଥୀତ୍ୱର 

କ୍ରୁର ରଥ ଚକ୍ରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍