STORYMIRROR

banaja nandini mishra

Others

4  

banaja nandini mishra

Others

ବୋଉ

ବୋଉ

1 min
818

ନାଁ ତୋର ସବୁଠୁ ମଧୁର

କୋଟିଏ ସ୍ବପ୍ନର ତୁହି ଗନ୍ତାଘର

ଆମ ପାଇଁ ଆଶାର ସାଗର

ସଂଗୀତର ତୁହି ସାତ ସୁର

ସପ୍ତରଙ୍ଗ ପୁଣି ଇନ୍ଦ୍ରଧନୁର

ସାଥି ଅଟୁ ସୁଖ ଓ ଦୁଃଖର

ତୁ ବୀର ଆଉ ଶ୍ରେଷ୍ଠ ଅବତାର

ଅମୃତର ଧାର ପୁଣି ଗୀତାର ସାର

ସଳିତାଟି ପରି ଜଳି ଜଳି

ଆଲୋକିତ କଲୁ ତୋ ସଂସାର

ତୋର ପାଦେ ମଥା ପାତେ ବାରମ୍ବାର

ତୁ ପରା ଅତି ଆପଣାର "ବୋଉ"ମୋହର ।


ଜନନୀ ତୁ ଧରିତ୍ରୀ ଆଉ ସ୍ୱର୍ଗ ଠାରୁ ଗରୀୟସୀ

ଶେଯରୁ ଉଠି ଦେଉଥିଲୁ ମୁଣ୍ଡ ଆଉଁସି

ଖୁସି ଦେଉଥିଲୁ ତୋର ସ୍ନେହ ପରଶି

ରାଗ ତୋର ଫୁଲଠୁଁ କୋମଳ

ପ୍ରେମ ତୋର ଜହ୍ନଠୁଁ ଶୀତଳ

ମନେ ପଡେ ତୋ କଥା ପରଦେଶେ ଆସି

ତୁ ମୋ ନିଃଶ୍ୱାସ, ମୋ ପାଇଁ ସବୁଠୁଁ ବିଶ୍ୱାସୀ ।


ଯେତେ ମାରିଲେ ବି ତୋ କୋଳେ ବସି କାନ୍ଦୁ 

ତୋହରି ପରଶ ସତେ ଚନ୍ଦନର ବିନ୍ଦୁ

ନିଜେ ଭୋକେ ରହି ଆମକୁ ଖୁଆଉ

ଦୁଃଖକୁ ଆକଣ୍ଠ ପାନ କରି ନେଇ 

ସୁଖ ବାଣ୍ଟି ବାଣ୍ଟି ଆମକୁ ହସାଇ 

ନାଉରି ହୋଇ ଆମ ଜୀବନ ନାଆକୁ କୂଳେ ଲଗାଇଲୁ.

ମମତାର ତୁହି ସପ୍ତ ସିନ୍ଧୁ, ତୁହି ସପ୍ତ ସିନ୍ଧୁ ।


ପଣତ ତୋହର ସାରା ଦୁନିଆ

ଆମ ଜନମରୁ ତୋର ଜୁଇ ଯାଏ

ତୁ ଏକା ଆମ ସାହା

କୋଳ ତୋର ନିର୍ଭୟ ଆଶ୍ରୟ

ମନରେ ଆସେ ନାହିଁ ଭୟ

ଯଦି ସାମ୍ନା ରେ ଯମ ହୁଏ ଠିଆ

ତୋ କାନିରେ ମୁହଁ ପୋଛି ଦେଲେ

ମିଳେ କେତେ ଶାନ୍ତି ଆହା

ହୋଇଥାଉ ଯେତେ ସେ ଝାଳୁଆ

ଭାରି ଅଭିମାନିନୀ ତୁ, କିଛି ମାଗୁନାହୁଁ

ମାଗୁ ଖାଲି ମୁହେଁ ଟିକେ ନିଆଁ

ଖାଲି ମୁହେଁ ଟିକେ ନିଆଁ ତୋର ଝିଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍