STORYMIRROR

Manaswinee Dash

Others

3  

Manaswinee Dash

Others

ବୋତାମ୍

ବୋତାମ୍

1 min
122


ବୋତାମ ନାମରେ ମୁହିଁ ଜଣା, 

ଜନ୍ମ ରୁ ହିଁ ମୁହିଁ ଖୁଣା, 

ଦୁନିଆ କୁ ଆସିଲି ସାଥୀରେ ନେଇ କଣା, 

ତଥାପି ମନ ମୁଁ କରେନି ଉଣା। 


ଲଜ୍ଜା ନିବାରଣ କରିବା ପାଇଁ ହେଲି ତିଆରି, 

ପୋଷାକ ପରା ମୋର ଜୀବନ ସାଥୀ ସୂତା ଖିଅରେ ମୋତେ ରଖେ ଧରି, 

ମୁଁ ନଥିଲେ ପୋଷାକ ଦିଶୋନ୍ ସୁନ୍ଦର,ହୁଏନା ଆଦରି, 

ରହେ ମୁଁ ତା ସାଥେ ଜୀବନ ସାଥି ପରି। 


ମୋର କର୍ତ୍ତବ୍ଯ କେବେ ମୁଁ ଭୁଲେ ନାହିଁ, 

ପ୍ଲାଷ୍ଟିକ, କାଠ, କାଚ, ଜାବ ଖୋଳପାରେ ତିଆରି ହୁଏ ମୁହିଁ, 

ବାନ୍ତି ଗଲେ ବି ପାରୁପର୍ୟ୍ଯନ୍ତ କର୍ତ୍ତବ୍ଯ କରୁଥାଇ, 

ଆଜିକାଲି ବିଭିନ୍ନ ରୂପ, ରନ୍ଗ ଓ ଆକାରରେ ମୁଁ ମିଳଇ। 


ସୂତା ଯେବେ ମୋତେ ଦିଏ ଛାଡି, 

ପୋଷାକ କୁ ମୁଁ ପାରେନା ଧରୀ ଜାବୁଡ଼ି, 

ତଳେ ମୁଁ ଅଦରକାରୀ ପରି ରହେ ପଡି, 

କେହି ଶୁଣି ପାରନ୍ତି ନାହିଁ ମୋର ବିରହ ରଡି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍