STORYMIRROR

Lopamudra Parida

Others

3  

Lopamudra Parida

Others

ବୋଝ

ବୋଝ

1 min
189


ଖୋଲା ସପନକୁ ଭଙ୍ଗା ଆଇନାରେ

ହୀରାଫୁଲ ଦେଇ ସଜେଇଦେଲେ

ସପନ କେବେ ନୀଳ ହୋଇଉଠେନା ।।

ଚାରୋଟି ଚଢେଇ ଦରୋଟି କଣ୍ଠରେ

ଝରକା ସେପାରୁ ଚିଁ ଚିଁ କଲେ

କି ଗଭୀର ଅଭିସାରରକୁ ମାପି ହୁଏ ?

ନା ପାଦର ଛନ୍ଦା ଶିକୁଳିଟା ପାଉଁଜି

ପାଲଟିପାରେ ରାତି ରାତି!

ସଜସୂତା ଫୁଲକୁ ମାଛ ବନିଶିରେ ଗୁନ୍ଥି

ଥୋପ କରି ସହସ୍ର ଥର ପାଣିକୁ ଫିଙ୍ଗିଲେ

ଫେଣ ଉଠେ ସିନା

ନୀଳ ଢେଉରେ କଇଁ ଫୁଲଟେ କି ?

ପାଣି ଗୋଳିଆ ପାଲଟେ

କାଚକେନ୍ଦୁରୁ ବର୍ଷା ବିନ୍ଦୁ ଯାଏ ।।

ଖିଲ୍ ଖିଲ୍ ଫୁଲସୁନ୍ଦରୀକୁ

କାଚ ବାକ୍ସରେ ବାନ୍ଧି

ଉଛୁଳା ନଈରେ ଭସେଇ ଦେଲେ

ଜହ୍ନ କି ସେପାରିରୁ ମୁରୁକି ହସେ?

ନା ।।

ଚିକ୍ ମିକ୍ ଜରିଲଗା ପାଟ ପିନ୍ଧେଇ

ପାହାଡ ସେପାରେ ବର ଖୋଜିଦେଲେ

କଇଁ କଇଁ ହୋଇ କୋହ ଉଠେ ସିନା

କଣ୍ଢେଇ ତ ଭୁଲିଯାଏ ତାର ସେଇ ମନଜିଣା

ଫିକ୍ କି ହସଟା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍