STORYMIRROR

Samita Swain

Others

4  

Samita Swain

Others

ବୋହୂ ହୋଇ ଯାଇ

ବୋହୂ ହୋଇ ଯାଇ

1 min
252

 

  


କନ୍ୟା ହୋଇ ଆସି ବୋହୂ ହୋଇ ଯାଇ

ଏକ ସୁତ୍ରେ ବାନ୍ଧି ଦେଇ,

କଣ୍ଟକିତ ପଥେ ଚାଲିଚାଲି ଦିନେ 

ଜୁଇରେ ଯାଏ ସେ ଶୋଇ।।


ଛାତିର କୋହକୁ ଆଖିର ଲୁହରେ 

ଝରଝର ଝାରି ଦେଇ 

ବାପଘର ଛାଡି ଶାଶୁ ଘର ଯାଏ

ସିନ୍ଦୂର ମଥାରେ ନେଇ।।


ଆଶଙ୍କିତ ମନେ ଅସୁମାରୀ ଆଶା 

ଭାବନାର ହଜିଯାଇ

ପାଦକୁ ରଖେସେ ଏରୁଣ୍ଡିବନ୍ଧରେ

ହାତେ ହାତ ଛନ୍ଦି ଦେଇ।।


କରିବାକୁ ପଡେ କେତେ ଅଭିନୟ 

ମନ ମାନସାଙ୍କ କଷି

ଆଖିର ଲୁହକୁ ପଣତରେ ପୋଛି

କହେ ସବୁବେଳେ ଖୁସି।।


ଜହ୍ନ ଭଳି ଦେଇ ଶୀତଳ ଜୋଛନା 

ତମସାର ଛାତିଚିରି 

ନିଦାଘର ତାତି ସହିଯାଏ ନିତି

ନିଜର ମନକୁ ମାରି।।


ମୁଠାଏ ବିଶ୍ବାସ ଦିଏ ସେ ଆଶିଷ 

ଦେବୀଟିଏ ସିନା ହୋଇ 

କରୁଣାର ଝର ଝରାଇ ଦିଅଇ

ଅମୃତକୁ ବାଣ୍ଟି ଦେଇ।।


ସେତ ଚିରକାଳ ସର୍ଜନା ସମ୍ଭାର

ଭାଗ୍ଯକୁ ତା ସାଥେ ନେଇ

ଦୁନିଆକୁ ପରା ଆସିଥାଏ ସିଏ 

ଅମୃତର ଫଳ ହୋଇ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍