STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ବଣମଣିଷ

ବଣମଣିଷ

1 min
126

ଲଙ୍ଗଳା ଫୁଙ୍ଗୁଳା କଳା ମଚ୍ ମଚ୍ ଦେହ ଦେଖି

ତୁମେ ଖାଲି ହସୁଛ 

କେବେ ଥରେ ଭାବିଛ କି

ତୁମେ ବି ଦିନେ ମୋ ଭଳି ଥିଲ

ବିବର୍ତ୍ତନବାଦେ ସୁନ୍ଦର ହୋଇଛି 

ଆଜି ତୁମ ନବକଳେବର । 


ନ ଥିଲେ ବି ବିଦ୍ୟାବୁଦ୍ଧି ଜ୍ଞାନ ମୋ ପାଶେ

ସରଳ ମନ ନେଇ ବଞ୍ଚିଛି 

ଡାଳରୁ ଡାଳ ଡେଇଁ ଡେଇଁ

ସାରା ଜଙ୍ଗଲ ହେଉଛି ମୋର ଘର ।


ନାହିଁ ଅବସାଦ ଦୁଃଖ ମୋ ଜୀବନେ

ଖାଇ ଫଳମୂଳ ପିଇ ଝରଣାର ଜଳ

ସହିଛି କେତେ ଖରାବର୍ଷାଶୀତ କାକର ।


ତମେ କଣ ପାରିବ ସହି

ଗୋରା ଚମଡା ତଳେ ମୁଲାୟମ୍ କୁତ୍ରିମ ହସ

ପେଟେ ରାଗ ହିଂସା ଘୃଣାର ପୃଥୁଳ ମାଂସ

ପରଛିଦ୍ର ଖୋଜିବୁଲ ଅହରହ

ଦେଖାଇ ଆତ୍ମବଡିମା ଗର୍ବଅହଂକାର ।


ମଣିଷ ଦେହେ ଦିବ୍ୟଜ୍ଞାନ

ଦେଖି ସନ୍ତୋଷ ଭଗବାନ

କାହିଁ ସେସବୁ ଆଜି ଗୁଣ

ତୁମେ ମୋ ଠାରୁ ବି ହୀନ

 ଦୟା ପରୋପକାର ନାହିଁ ଯାର ମନେ

ରକ୍ତରେ ହୋଲି ଖେଳ ସବୁଦିନ

ଭାଇ ନୁହେଁ ଆଜି ଭାଇର

ସମ୍ପର୍କ ପାଣିଫାଟେ ଅର୍ଥର କାରଣେ

ଅର୍ଥ ହିଁ ସବୁ ଅନର୍ଥର କାରଣ ।


ମରୁଭୁମିର ଓଟ ସାଜି

ସର୍ବଗିଳା ପରି ଚୋବାଇ ଚାଲିଛ

ନିଜ ନିଜ ରକ୍ତମାଂସ ହାଡକୁ

ପେଟର ଅସରନ୍ତି ଭୋକ ମାରିବାକୁ ।


ଦେଖ ଥରେ ଭଲ କରି ନିର୍ବୋଧ 

ଶାନ୍ତ ସରଳ ଶିଶୁର ହସହସ ମୋ ମୁହଁକୁ

ନାହିଁ ଅନୁଶୋଚନା ନାହିଁ ପଶ୍ଚାତାପ

ଦୁଃଖ କ୍ଳେଶ ଯନ୍ତ୍ରଣା ଅଶାନ୍ତି

ଫେରିଆସ ଆଉ ଥରେ ମୋ କୋଳକୁ । 



@ ଶଶାଙ୍କ ଶେଖର ରାୟ

ବଟରପଡା ରାଜକନିକା କେନ୍ଦ୍ରାପଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍