STORYMIRROR

SUKANTA KHANDA

Others

4  

SUKANTA KHANDA

Others

ବଣଭୋଜି

ବଣଭୋଜି

1 min
300

ପାହାଡ଼ ସେପଟେ ଯେଉଁଠାରେ ଉଏଁ

ନାଲିଆ ସୂର୍ଯ୍ଯଟେ ହସି

କଳା ମେଘଟିଏ ଧସେଇ ପଶଇ

ଆମ ଗାଆଁ ଆଡେ଼ ହସି।


ସେହି ସ୍ଥାନ ଦେଖି ମନ ଲାଖିଗଲା

ଆମ ସଭିଙ୍କର ମନ

ବଣଭୋଜି ପାଇଁ ପ୍ରସ୍ତାବ ବାଢି଼ଲୁ

ହୋଇକି ସଦା ଉଚ୍ଛନ୍ନ।


ସ୍ବର୍ଗର ସେ ନଦୀ ମନ୍ଦାକିନୀ ଠାରୁ

ଜଳ ପିଇବାକୁ ଚାହିଁ

ନେଇନୁ ସାଙ୍ଗରେ ଗାଆଁ ଠାରୁ କିଛି

ମାଠିଆ ବୋତଲେ କେହି।


ସ୍ବର୍ଗର ସେ ବଣ ନନ୍ଦନକାନନ

ମିଳିଯିବ ଫଳମୂଳ

ନିଜ ମାତୃଭୂମି ପାଖରୁ କାହିଁକି

ନେବୁ ଭାବିହେଲୁ ଭୋଳ।


ସଭିଏଁ ଯୁବକ ଯୁବତୀ ଏଠାରେ

ହୃଦୟେ ଫୁଟିଛି ନିଆଁ

ଛୁଇଁଲେ ତକ୍ଷଣେ ଜଳିବ ନିଶ୍ଚୟ

ତଥାପି ଯାଇଛୁ ଛାଆଁ।


ମନ ହୃଦୟରେ ଅସରନ୍ତି ସ୍ବପ୍ନ

ଯିବାକୁ ସେ ଦେଶେ ଆମେ

ତରବର ହୋଇ ବାହାରି ପଡି଼ଲୁ

ନିଜ ମାତୃଭୂମି ଧାମେ।


ସଭିଙ୍କର ଥିଲା ଦେହ ମନ ପ୍ରାଣ

ପବିତ୍ର ସ୍ବଚ୍ଛ ନିର୍ମଳ

ବଣଭୋଜି ଥିଲା ଖାଇବାରେ ମନ

ଯେମିତି ହୋଇଲୁ ଭୋଳ।


ମନର ଯାନରେ ପହଞ୍ଚି ସଭିଏଁ

ବୁଲି ନନ୍ଦନକାନନ

କାବା ହୋଇଗଲୁ ସ୍ବର୍ଗର ଯେତେକ

ଦେଖି ଦେବଦେବୀଗଣ।


ସଭିଙ୍କ ହୃଦୟେ ରୋଗ ଶୋକ ନାହିଁ

ନାହିଁ ବି ଖାଇବା ଚିନ୍ତା

ଭୋକ ଅବା ଶୋଷ ପାଣି ନା ପବନ 

ଆମକୁ ଲାଗିଲା ପିତା।


ଯେଉଁଠାରେ ନାହିଁ ଆଲୋକ ପବନ

ପାଣି କି ଖାଇବା କିଛି

ନ ଖାଇ ନ ପିଇ ଦୁଃଖରେ ଫେରିଲୁ

ଏମିତି ସ୍ଥାନଟେ ବାଛି।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍