STORYMIRROR

Biswanath Nayak

Others

3  

Biswanath Nayak

Others

ବନ୍ଦୀ

ବନ୍ଦୀ

1 min
208


ସୁନୀଳ ଗଗନେ ମୁକ୍ତ ବିହଙ୍ଗମ

      ଗୋପନେ ମୋ ମନେ ଦେଉଛି ଆଶା। 

ଉଡ଼ି ଯିବାପାଇଁ ଅନନ୍ତ ଆକାଶେ

           ତେଜିଣ ମନରୁ ଦୁଃଖ ନିରାଶା


ଖୋଲା ପବନରେ ଉଡ଼ି ବୁଲିବାକୁ

            ଗାଆଁ ରୁ ସହର ଦୂର ବିଦେଶ। 

ନଦୀ ନାଳ ଗିରି ବିଲ ବଣ ଶିରୀ

           ଦେଖି ଫେରିବାକୁ ଆପଣା ଦେଶ। 


ଅଛି ମୋ ପାଖରେ ତ୍ରିତଳ ପ୍ରାସାଦ

             ହୀରା ନୀଳା ଆଉ ମଣି ମାଣିକ। 

ପଦ ପଦବୀର କିରୀଟ ମୋ ଶିରେ

             ଝଟକୁଛି ଦେଖ ଯେହ୍ନେ ହାଟକ। 


ପ୍ରବାଳ ଦ୍ଵୀପରେ ଏତେ ଯେ ଦାରିଦ୍ର୍ୟ

            ଏତେ ବିବଶତା ଏତେ ଯେ କ୍ଷୁଧା !

ଶୋଷ ସରେ ନାହିଁ ଭୋକ ମରେ ନାହିଁ

            ଯେତେ ସାଉଁଟିଲେ ଲାଗଇ ଅଧା। 


ମୋହ ଓ ମାୟାର କାରାରେ ମୁଁ ବନ୍ଦୀ

            ବେଡ଼ି ପଡ଼ିଅଛି ପୟରେ ମୋର। 

ଖଗ ସମ ମୁକ୍ତି ମୋ ପାଇଁ ସପନ

           ଭବ- ବନ୍ଧ ମୋହ ଏତେ କଠୋର ?


ପଞ୍ଜୁରୀ ତ ମେଲା ଆକାଶଟା ଖୋଲା

             ଉଡିବାରେ ଏଠି ଏତେ ବନ୍ଧନ !

ମୋହ- ଯୂପକାଠେ ଆପଣା ଇଚ୍ଛାକୁ

              ବଳି ଦିଏ ଏଠି ଆପଣା ମନ। 


ବିଧିର ବିଧାନ ଦେଖରେ ବିହଙ୍ଗ !

            ସବୁ ଥାଇ ନର କେତେ ଯେ ନିଃସ୍ଵ !

ନାହିଁ ଧନ ରତ୍ନ ଏତେ ତୁ ସ୍ଵାଧୀନ

              ମୁକ୍ତାନନ୍ଦେ ଭ୍ରମୁ ଏ ସାରା ବିଶ୍ଵ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍