ବନ୍ଧୁତା
ବନ୍ଧୁତା
ଜୀବନ-ଯାତନା, ପ୍ରଶାନ୍ତି-ଅଶାନ୍ତି
ବିପଦେ ଆପଦେ ଯେ ବନ୍ଧୁ ସ୍ଥିତ,
ସୁଖେ ସୁଖୀ ହୋଇ,ଦୁଃଖେ ଦୁଃଖୀ ହେଲେ
ପ୍ରକୃତ ବନ୍ଧୁରେ ସେ ହୁଏ ଜ୍ଞାତ।
ବନ୍ଧୁ ବିହୀନ ଏ ଜୀବନ ଅଲୋଡା,
ସୂରୁଜ ବିହୀନ ଧରାଟି ସମ ,
ପବିତ୍ର ବନ୍ଧୁତା ବିହୁନେ ଜୀବନ
ସ୍ୱାଦହୀନ, ନିରସ, ମୂଲ୍ୟହୀନ।
ଟଙ୍କା ସୁନା ଦେଇ କିଣି ହୁଏ ନାହିଁ
ବିହନକୁ ବୁଣି ହୁଏନା ଚାଷ,
ସ୍ୱତଃ ପ୍ରବୃତ୍ତ ଏ ଦିବ୍ୟ ରଶ୍ମି ଧାର
ହୃଦୁ ହୃଦକୁ ହୁଏ ସଞ୍ଚାରିତ।
ତୋଷାମଦ କରି ବନ୍ଧୁତା ଗଢିବା
ଉଚିତ ବନ୍ଧୁର ବେଭାର ନୁହେଁ,
କୁପଥରେ ଗଲେ ସତର୍କ କରାଇ
ଉଚିତ ମାର୍ଗରେ ଚଳାଇ ନିଏ।
ବଉଦ୍ଧିକ-ନଇତିକ ଉନ୍ନତିରେ
ସବୁବେଳେ ହୋଇଥାଇ ସହାୟ ,
ପର ଅପରର ସହାନୁଭୂତି ରେ
ହୁଅଇ ଜୀବନ ମଙ୍ଗଳମୟ ।
ବିନୟୀ, ସାଧୁତା, ସତ୍ୟବାଦୀତା ହିଁ
ଉତ୍ତମ ସଖାର ମହତ ଗୁଣ,
ମିଥ୍ୟା-ଛଳନାରେ ବିଶ୍ବାସ ହରାଏ ,
ସେନେହ ଦୃଢ଼ତା ହୁଅଇ କ୍ଷୀଣ।
