Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

1.4  

Sadananda Sahoo

Others

ବନ୍ଧୁତା ଦିବସେ ବନ୍ଧୁ ମୋର ହସେ

ବନ୍ଧୁତା ଦିବସେ ବନ୍ଧୁ ମୋର ହସେ

1 min
373



 ସଂପର୍କରଛିଟା ଲାଗେଭାରି ମିଠା ,

   ହେଜମୋ'ର ପ୍ରିୟବନ୍ଧୁ ,

ସମାଜିକ ଏଇ ବନ୍ଧନଟା ଭାଇ

   ପାରିକରେ ମହାସିନ୍ଧୁ !!


ବନ୍ଧୁତା ଦିବସେ ବନ୍ଧୁ ମୋର ହସେ ,

    ପ୍ରୀତିପୁଷ୍ପ ହସ୍ତେଧରି ,

ସରାଗ ମନରେ ବନ୍ଧୁ ମୋ'ର କହେ

   ଆସିଛି ପାଖକୁ ଫେରି !!


 ସମ୍ପର୍କ ଆମର ପୁରୁଣା ଦିନର

   ମନେ ପଡେ ସ୍ମୃତି ଗାଥା , 

ଆସନ୍ତାକି ଫେରି ସେ' ଅତୀତ ଆଜି 

   କହନ୍ତା ପୁରୁଣା କଥା !!


 ସଂସାରୀ ମଣିଷ ନଲିଭୁ ତା'ହସ

  ସୁଖର ସୌହାର୍ଦ୍ଦ୍ୟ ଲଭୁ,

ବନ୍ଧୁପରିଜନ  ନ'ହୁଅନ୍ତୁ ଦୂର

  ସମ୍ପର୍କଟା  କରୁକାବୁ !!


ବିପଦ ଆପଦେ ବନ୍ଧୁ ଛୁଟି ଆସେ ,

   ଆଶ୍ୱାସନା କେତେ ଦିଏ ,

ସେଇ ପରା ବନ୍ଧୁ ଢାଳେ ଅଶ୍ରୁବିନ୍ଦୁ

   ଦୁଃଖରୁ'ବି ଭାଗନିଏ !!


ପ୍ରକୃତ ବନ୍ଧୁର ଏଇ ପରିଚୟ

    ରାଜଦ୍ୱାରେ ଶମସାନେ ,

 ଉପସ୍ଥିତ ରହି ଦିଏ ଲୁହ ପୋଛି

    ବିନାସ୍ୱାର୍ଥ  ଉପଚାରେ !!


 ପ୍ରିୟବନ୍ଧୁଗଣ ଘେନ ନିବେଦନ

    ଶୁଭ ଅବସରେ ଆଜ 

ବନ୍ଧୁର ମର୍ଯ୍ୟାଦା ରଖିବ ସର୍ବଦା

   ଉଇଁବ ନୂତନ ସୂର୍ଯ୍ୟ !!


 ଆମେ ହଜିଗଲେ ଦୂର ଆକାଶରେ

   ସାବକ ସାଜିବେ ବନ୍ଧୁ ,

ପ୍ରଥା ପରମ୍ପରା  ରହିଯିବ ପରା

   ବିଶ୍ୱହେବ  କୃପାସିନ୍ଧୁ !!



Rate this content
Log in