STORYMIRROR

Puspanjali Panda

Others

3  

Puspanjali Panda

Others

ବନ୍ଧୁ

ବନ୍ଧୁ

1 min
51


ସ୍ୱାର୍ଥ ରହିତ

ପରହିତେ ରତ

କରେ ପୁଲକିତ

ବନ୍ଧୁତ୍ୱର ହାତ

ସେ ପରମ ମିତ୍ର 

ସୁଖରେ ଦୁଃଖରେ

ଠିଆ ସେ ପାଖରେ

ଛଳନା ବିହୀନ

ସୌହାର୍ଦ୍ଦ୍ୟରେପୂର୍ଣ୍ଣ

ବନ୍ଧୁର ଅନ୍ତର

ବୁଝିବାରେ ମନ

ଦେବାରେ ବିଶ୍ୱାସ

ଏକାଠି ନିଃଶ୍ୱାସ

ଶ୍ମଶାନରେ ଠିଆ

ରାଜାଙ୍କ ବେଠିଆ

ବନ୍ଧୁତ୍ୱର ଲାଗି

ଥାଏ ସଦା ଜଗି

ଏମିତି ବନ୍ଧୁଟେ

ମିଳିବ ବା କାହିଁ

କୃଷ୍ଣ ସୁଦାମା 

ପରି ବନ୍ଧୁ ନାହିଁ

ଜଗତବନ୍ଧୁ ହେ

ସୁଦୟା କରିବ

ଆର ଜନମରେ 

ମୋ ବନ୍ଧୁ ହୋଇବ


Rate this content
Log in