STORYMIRROR

Biswanath Nayak

Others

4  

Biswanath Nayak

Others

ବନ୍ଧୁ

ବନ୍ଧୁ

1 min
382


ହେ ବୃକ୍ଷ ! ତୁମର ବିଶାଳ ବାହୁରେ

ବାନ୍ଧିଣ ରଜ୍ଜୁରେ ଦୋଳି।   

ପିଲାବେଳେ ମୁହିଁ ଖେଳୁଥିଲି ଖେଳ

ସାଙ୍ଗସାଥି ସହ ମିଳି। 


ଯୁବା ବୟସରେ କର୍ମକ୍ଳାନ୍ତ ହୋଇ

ଖୋଜୁଥିଲି ଯେବେ ଛାଇ। 

ତୁମ ପତ୍ରଛାୟା ଶୀତଳତା ଦେଲା

ମାଆର ପଣତ ହୋଇ। 


ବଞ୍ଚିବା ପାଇଁ ମୋ ଜୀବନ ଆଧାର

ଅଟେ ଯେଉଁ ଅମ୍ଳଜାନ। 

ଜୀବ ଜଗତର ମଙ୍ଗଳ ନିମନ୍ତେ

ତାହା ତୁମ ଶ୍ରେଷ୍ଠ ଦାନ। 


ବୃଦ୍ଧ ବୟସରେ ଅକ୍ଷମ ହୋଇ ମୁଁ

ଯାଉଥିବି ଯେବେ ପଡ଼ି। 

ଜାଣେ ସେବେ ତୁମେ ହେବ ମୋ ସାହାରା

ସାଜି ଏକ ଆଶାବାଡ଼ି।  


ମୃତ୍ୟୁ ପରେ ଯେବେ ଅଲୋଡ଼ା ହୋଇଣ

ଯିବି ମୁଁ ମଶାଣିଭୂଇଁ।  

ଜାଣିଛି ମୁଁ ବନ୍ଧୁ ! ମୋ ସାଥିରେ ତୁମେ

ଯିବ ଜୁଇକାଠ ହୋଇ। 


ଜାଳି ଦେଇ ମୋତେ ଫେରିଯିବେ ସର୍ବେ

ସାଥେ ନ ରହିବେ କେହି। 

ତୁମେ କିନ୍ତୁ ବନ୍ଧୁ ! ମୋ ସାଥିରେ ଜଳି

ରହିବ ପାଉଁଶ ହୋଇ। 


ଜନ୍ମଠାରୁ ମୃତ୍ୟୁ ତୁମପରି ବନ୍ଧୁ 

ମଣିଷର କେହି ନାହିଁ । 

କିନ୍ତୁ ସ୍ଵାର୍ଥି ନର ଧ୍ଵଂସ କରେ ବୃକ୍ଷ

ବିଧି ବିଡମ୍ବନା ଏହି। 



Rate this content
Log in