STORYMIRROR

Hasyamayee Raj

Others

3  

Hasyamayee Raj

Others

ବନ୍ଧୁ ତୁମେ

ବନ୍ଧୁ ତୁମେ

1 min
180


ମୋର ଉଛୁଳା ସୁଖର

ବିଭୋର ପଣରେ ତମେ

ଆଖି ଲୁହରେ

ବତୁରି ଯିବାବେଳେ ବି

ଠିକ୍ ତମେ

ମୋ ହସର ପରିଧିଟା

ତୁମ ବିନା

ସଙ୍କୁଚିତ ହୁଏ କ୍ରମେ, 

ମୋ ବିଶ୍ବାସର ବ୍ଯାସକୁ

ବ୍ଯାପ୍ତକର ତୁମେ।

ଦରଦୀ ବନ୍ଧୁ ତମେ

ସଖା ସହୋଦର

ପାଶେ ଥିଲେ ମୋର

ଲମ୍ବୁଥାଏ ଆବେଗର

ଅସରନ୍ତି ଇସ୍ତାହାର ।

ତମେ ଜୀବନ

ପୂଣ୍ୟତୋୟାର

ସ୍ନିଗ୍ଧ ଶୁଭ୍ର ଧାର

ଦୁଃଖ ଉଜାଣୀରେ

ତୁମେ ଭରୁଥାଅ

ଭୁରୁ ଭୁରୁ ବାସ୍ନା ଚନ୍ଦନର ।

ତୁମେ ଥିଲେ

ସୁଖର ରଙ୍ଗୀନ୍ ଛିଟାସବୁ

ଝଟକୁଥାଏ ଖୁବ୍ ଦୂର

ମୋର ଆହତ

ଅନ୍ଧାର ଭିତରେ

ତମେ ସ୍ପନ୍ଦନ ନିରବତାର ।

ଶୁଷ୍କ ମରୁମୟ

ଜୀବନ ସରସୀରେ

ତୁମେ ଭରୁଥାଅ ଜଳ,

ତମେ ମୋର ପ୍ରିୟ ବନ୍ଧୁ

ନିଜଠୁ ନିଜର

ସାହସର ଦିକ୍ ଦିକ୍ ଜଳୁଥିବା 

ଦୀପଟିଏ ତମେ 

ଭରୁଥାଅ ଅସରନ୍ତି ବଳ।।

*****


Rate this content
Log in